Fri. Sep 4th, 2026

ସୁନୀଲ ଗ୍ରୋଭରଙ୍କ କାନପୁରବାଲେ ଖୁରାନାଜ୍‌ ସୋ’ ବନ୍ଦ,କାରଣ ନିଜେ ସୁନୀଲ

319 Views

ମୁମ୍ବାଇ: କିଛି ବର୍ଷ ହେବ କମେଡିଆନ୍‌ ସୁନୀଲ ଗ୍ରୋଭର୍‌ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି। କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ସହ କପିଲ ଶର୍ମାଙ୍କ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ। ୨୦୧୮ ଡିସେମ୍ବର ମାସ ୧୩ ତାରିଖରେ ସୁନୀଲ ଗ୍ରୋଭର ଏକ କମେଡି ରିଆଲିଟି ସୋ’ କୁ ନେଇ ଛୋଟ ପରଦାକୁ ଫେରିଥିଲେ। ଏହି ସୋ’ ର ନାଆଁ ହେଲା ‘କାନପୁର ବାଲେ ଖୁରାନାଜ୍‌’।କିନ୍ତୁ ଏବେ ଖବର ମିଳିଛି ଯେ ଏହି ସୋ’ ବନ୍ଦ ହେବାକୁ ଯାଉଛି।

ଏ ସୋ’ ବନ୍ଦ ହେବାର କାରଣ ସଂପର୍କରେ ସୁନୀଲ ଗ୍ରୋଭର କହିଛନ୍ତି ଯେ,‘କାନପୁର ବାଲେ ଖୁରାନାଜ୍‌’କେବଳ ତାଙ୍କ ପାଇଁ ବନ୍ଦ ହେଉଛି। ସେ ଏହି ସୋ’କୁ ମାତ୍ର ୮ ସପ୍ତାହ ପାଇଁ ସାଇନ୍‌ କରିଥିଲେ। ସେ ‘ଭାରତ’ଫିଲ୍ମ ପାଇଁ ଆଗରୁ ହେଟ୍‌ ଫାଇନାଲ୍‌ କରିସାରିଥିଲେ। ଏଣୁ ସୁନୀଲ ଗ୍ରୋଭରଙ୍କୁ ସେଥିପାଇଁ ସମୟ ଦେବାକୁ ପଡ଼ିଥିଲଶା। ଗତକାଲି ସୁନୀଲ ‘ଭାରତ୍‌’ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି କାରଣରୁ ସେ ‘କାନପୁର ବାଲେ ଖୁରାନାଜ୍‌’ ସୋ’ ପାଇଁ ସମୟ ଦେଇପାରୁ ନାହାନ୍ତି। ଫଳତଃ ପ୍ରଯୋଜନା ସଂସ୍ଥା ଏହି ସୋ’କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

By amfnews

Related Post