Fri. Oct 2nd, 2026

ଧାନ ଖଳାକୁ ଯାଉଥିଲେ, କୂଅ ଭିତରେ ଗଳି ପଡ଼ିଲେ

279 Views

କାମାକ୍ଷାନଗର : ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ଗାଁରେ ଏକ କୂଅରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅନନ୍ତ ଚରଣ ସାହୁ।

ଗତକାଲି ରାତିରେ ଚରଣ ଖାଇ ସାରି ଧାନ ଖଳାକୁ ଯାଉଥିବା ସମୟରେ କୂଅରେ ପଡ଼ି ଯାଇଥିଲେ।  ପରିବାର ଲୋକେ ତାଙ୍କୁ ରାତିରେ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ କୂଅରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

By amfnews

Related Post