Mon. Aug 17th, 2026

ଶ୍ରୀମନ୍ଦିରକୁ ପୁଣି ଗଲା ମୋବାଇଲ; ଫଟୋ ଭାଇରାଲ୍

260 Views

ପୁରୀ :  ଶ୍ରୀମନ୍ଦିରର ଚାହାଣି ମଣ୍ଡପରେ ଛିଡ଼ା ହୋଇ ଜଣେ ଯୁବକ ମୋବାଇଲରେ କଥା ହେଉଥିବା ନେଇ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ତେବେ ଏହି ଯୁବକ ଜଣକ କିଏ? କିପରି ନିଜ ମୋବାଇଲକୁ ଶ୍ରୀ ମନ୍ଦିର ଭିତରକୁ  ନେଲେ ଓ ଘଣ୍ଟା ଘଣ୍ଟା  ଧରି କଥା ହେଉଥିଲେ ତାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି।

ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତର ଭିଜୁଆଲ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ତତ୍ପର ହୋଇ ପଡୁଛି। ହେଲେ ମନ୍ଦିର ଭିତରେ ଫଟୋ ଉଠାଯାଉଥିବା ସମୟରେ ହେଉ କି ମୋବାଇଲ ନେବା ସମୟରେ ପୁଲିସ୍‌ କିପରି ଜାଣି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଗତ କିଛି ମାସ ତଳେ ଶ୍ରୀମନ୍ଦିର ଆନନ୍ଦ ବଜାର ଓ ସ୍ନାନ ମଣ୍ଡପ ପାଖ ଭିଡିଓ ଓ ଫଟୋ ବି ଭାଇରାଲ ହୋଇଥିଲା।

By amfnews

Related Post