Sun. Oct 18th, 2026

ଧର୍ମଶରଣବିନ୍ଧା ଗାଁ’ରେ ଅଗ୍ନିକାଣ୍ଡ; ୩ ଗୋରୁ ମୃତ; ୧୦ ବଖରା ଘରପୋଡ଼ି

322 Views

ଭଦ୍ରକ: ବୁଧବାର ପ୍ରତ୍ୟୁଷରେ ସାହାଡ଼ା ପଞ୍ଚାୟତ ଅନ୍ତର୍ଗତ ଧର୍ମଶରଣବିନ୍ଧା ଗାଁ’ରେ ଅଗ୍ନିକାଣ୍ଡ ଘଟି ୩ଟି ଗୋରୁ ଜୀବନ୍ତ ପୋଡ଼ି ମରିବା ସହ ୧୦ ବଖରା ଘର ପୋଡ଼ି ଛାରଖାର ହୋଇ ଯାଇଛି।

ପାହାନ୍ତା ପ୍ରାୟ ୪:୩୦ରେ ପ୍ରଥମେ ବୈକୁଣ୍ଠ ସାହୁଙ୍କ ଗୁହାଳରେ ନିଆଁ ଲାଗିଥିଲା। ଫଳରେ ସେଥିରେ ଥିବା ଗାଈଗୋରୁଙ୍କ ମଧ୍ୟରୁ ୩ଟି ପୋଡ଼ିଯାଇ ଘଟନାସ୍ଥଳରେ ହିଁ ମରିଯାଇଥିଲେ।ସେଠାରୁ ନିଆଁ ଡେଇଁ ପଡ଼ୋଶୀ ପୁରୁଷୋତ୍ତମ ସେଠୀଙ୍କ ଘରେ ଲାଗିଯିବାରୁ ତାଙ୍କର ୭ ବଖରା ଘର ସମେତ ବହୁ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ନଷ୍ଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ପୀଡ଼ିତମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

By amfnews

Related Post