Thu. Sep 3rd, 2026

ଦୂତିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

273 Views

ଭୁବନେଶ୍ୱର : ଇଟାଲିର ନାପୋଲିଠାରେ ବିଶ୍ୱ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ଜଣେ ବିରଳ ପ୍ରତିଭାବାନ ଆଥଲେଟଙ୍କ ଅନନ୍ୟ ସଫଳତା ବୋଲି ମୋଦି ଟ୍ୱିଟ୍‌ କରିଛନ୍ତି। ମହିଳା ୧୦୦ ମିଟର ଦଉଡ଼ରେ ନିଜର କମାଲ ଦେଖାଇ କଠିନ ବିଜୟ ହାସଲ କରିଛନ୍ତି ।ଦୂତି ଭାରତକୁ ଗୌରାବନ୍ନିତ କରିଛନ୍ତି ବୋଲି ମୋଦି ଲେଖିଛନ୍ତି।

ଦୂତି ସେଠାରେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦଉଡ଼ରେ କମାଲ ଦେଖାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା‌ ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ହେଉଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି ।

By amfnews

Related Post