Wed. Oct 14th, 2026

ପୁରୀ ଯାଉଥିଲା, ବାଟରେ ଓଲଟି ପଡ଼ିଲା ବସ୍‌

235 Views

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଏକ ଯାତ୍ରୀବାହୀ ବସ୍  ଗତକାଲି ବିଳମ୍ବିତ ରାତିରେ ଓଲଟି ପଡ଼ିଛି। ଏଥିରେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଝାରଖଣ୍ଡରୁ ପୁରୀ ଯାଉଥିଲା। ତେବେ ୧୬ ନମ୍ବର ଜାତୀୟ ରାଜପଥରେ ସିମୁଳିଆ ଥାନା ଆଗର ୨୦୦ ମିଟର ଦୂରରେ ବସ୍‌ଟି କୌଣସି କାରଣରୁ  ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିଥିଲା।

ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବସ୍‌ରେ ୫୧ ଜଣ ଯାତ୍ରୀ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲକୁ ପଠାଯାଇଛି। ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଏଥିସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

By amfnews

Related Post