Sun. Sep 13th, 2026

ଦୁଇ ଜଣଙ୍କୁ ଅପହରଣ କରିଛନ୍ତି ନକ୍ସଲ!

242 Views

ମାଲକାନଗିରି  : ମାଲକାନଗିରି ଜିଲ୍ଲା କୁକୁରକୁଣ୍ଡ ଗାଁରୁ ଦୁଇ ଜଣ ବ୍ୟକ୍ତିଙ୍କୁ ନକ୍ସଲ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କୋବାସୀ ଓ ଉଙ୍ଗା କାଲମାଳି।

ପୁଲିସ୍ ଇନଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ଉଭୟଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ସେମାନଙ୍କୁ ଆଉ ଛାଡ଼ି ନଥିବା ଗାଁ ଲୋକେ କହିଛନ୍ତି।

By amfnews

Related Post