Sat. Oct 3rd, 2026
209 Views

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ରାତିରେ ମଦ ଜବତ କରାଯାଇଛି। ଡାକ୍ତରଖାନାର ଦ୍ୱିତୀୟ ମହଲାରେ ସୁରକ୍ଷାକର୍ମଚାରୀଙ୍କୁ ଦିଆଯାଇଥିବା କୋଠରୀରୁ ୨୦ରୁ ଅଧିକ ଦେଶୀ ଓ ବିଦେଶୀ ମଦ ବୋତଲ ଜବତ କରାଯାଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉକ୍ତ ରୁମ୍‌ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ମଦ ଥିବା ଦେଖିବା ପରେ ସେ ସଦର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ସେଠାରୁ ମଦ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବୈଠାରୁ କହିଛନ୍ତି, ଡାକ୍ତରଖାନାକୁ ଏତେ ପରିମାଣରେ ମଦ କିପରି ଆସିଲା, ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, ଜୁନ୍ ୧୦ ତାରିଖରେ ଏହି ଡାକ୍ତରଖାନାର ଏକ ପାଇଖାନା ମଧ୍ୟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା।

By amfnews

Related Post