Thu. May 14th, 2026

ଦିଲ୍ଲୀ କଂଗ୍ରେସ ସଭାପତି ହୋଇପାରନ୍ତି ନଭଜୋତ ସିଂହ ସିଦ୍ଧୁ

182 Views

ନୂଆଦିଲ୍ଲୀ  : ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅମୃତସର (ପୂର୍ବ)ର କଂଗ୍ରେସ ବିଧାୟକ ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ହୋଇପାରନ୍ତି। ଗଣମାଧ୍ୟମରେ ଏଭଳି ଚର୍ଚ୍ଚା  ଆରମ୍ଭ ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଛି। ତେବେ ନଭଜୋତଙ୍କୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି କଂଗ୍ରେସ ଦଳ।
ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରି କହିଛି ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ କଂଗ୍ରେସ ସଭାପତି ହୋଇପାରନ୍ତି । ରାହୁଲ ଗାନ୍ଧିଙ୍କ ସ୍ଥାନରେ ଦଳର ଅନ୍ତରୀଣ ସଭାପତି ନିଯୁକ୍ତ ହେବା ପରେ ଦିଲ୍ଲୀ କଂଗ୍ରେସ ସଭାପତି ଭାବରେ ସିଦ୍ଧୁଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ଏଏନଆଇ ପ୍ରକାଶ କରିଛି। କିନ୍ତୁ ଦିଲ୍ଲୀ କଂଗ୍ରେସ ଦାୟିତ୍ୱରେ ଥିବା ପିସି ଚାକୋ ଏଭଳି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ସହିତ ଦିଲ୍ଲୀ କଂଗ୍ରେସର କୌଣସି ନେତା ଏବାବଦରେ ଆଲୋଚନା କରି ନାହାନ୍ତି ବୋଲି ସେ କହିଛନ୍ତି।

By amfnews

Related Post