Fri. Apr 24th, 2026

କଂଗ୍ରେସ ନେତା ଶିବକୁମାରଙ୍କ ପାଇଁ ଆୟକର ରାଡାରରେ ଥିଲେ ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥ !

196 Views

ବେଙ୍ଗାଲୁରୁ: କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଶେଷକୃତ୍ୟ ଗତକାଲି ସମ୍ପନ୍ନ ହୋଇଛି। ହେଲେ ଏହାରି ଭିତରେ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଇନକମ୍ ଟ୍ୟାକ୍ସ ବିଭାଗର ଚଢ଼ଉ ପରେ ସିଦ୍ଧାର୍ଥ ମାନସିକ ଆଘାତ ପାଇବା ପଛର କାରଣ କଂଗ୍ରେସ ବିଧାୟକ ଡିକେ ଶିବ କୁମାର ବୋଲି ଚର୍ଚ୍ଚା ହେଉଛି।

ଆୟକର ବିଭାଗର କହିବା ଅନୁସାରେ ଶିବକୁମାରଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ମାମଲାରେ ସିଦ୍ଧାର୍ଥ ତଦନ୍ତ ପରିସରଭୁକ୍ତ ରହିଛନ୍ତି । ଡି.କେ ଶିବକୁମାର ସିଦ୍ଧାର୍ଥଙ୍କ ଶ୍ୱଶୁର ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ନାଙ୍କର ଅନୁଗତ। ଏସ୍.ଏମ୍ କ୍ରିଷ୍ନା ବିଜେପିର ନେତା ହୋଇଥିଲେ ମଧ୍ୟ ଶିବ କୁମାରଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି। ଏହି ସମ୍ପର୍କ ଭିତରେ ଶିବ କୁମାରଙ୍କୁ ହାଓ୍ୱାଲା ମାଧ୍ୟମରେ ଭି.ଜି ସିଦ୍ଧାର୍ଥ ଟଙ୍କା ଦେଇଥିବା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଜାଣିବାକୁ ପାଇଥିଲା।

କଂଗ୍ରେସ ନେତା ଶିବ କୁମାରଙ୍କ ଘରେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଚଢଉ କରିବା ବେଳେ ସିଦ୍ଧାର୍ଥଙ୍କ ହାଓ୍ଲାଲା ଟ୍ରାଞ୍ଜାକସନ ବାବଦରେ ଜାଣିବାକୁ ପାଇଥିଲା। ଏହାପରେ ଡିକେଙ୍କ ଆର୍ଥିକ ପରାମର୍ଶଦାତା ଏନ୍ ଚନ୍ଦ୍ରଶେଖର ସୁକପୁରୀ ସିଦ୍ଧାର୍ଥ କରିଥିବା ଆର୍ଥିକ କାରବାର ବାବଦରେ ଜଣାଇଥିଲେ।

ଏହାପରେ ସିଦ୍ଧାର୍ଥ ଇନକମ୍ ଟ୍ୟାକ୍ସ ଚଢ଼ଉର ଶିକାର ହୋଇଥିଲେ। ଡିକେ ଶିବକୁମାରଙ୍କ ଭାଇ ତଥା ସାଂସଦ ଡିକେ ସୁରେଶ କହିଛନ୍ତି, ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ସିଦ୍ଧାର୍ଥଙ୍କ ମାଇଣ୍ଡ ଟ୍ରିରେ ଥିବା ଶେୟାରକୁ ଜବତ କରିବା ପାଇଁ ଚେଷ୍ଟା କରୁଥିଲା। ଯେହେତୁ ସେତେବେଳେ ତଦନ୍ତ ପ୍ରାଥମିକ ଅବସ୍ଥାରେ ଥିଲା ତେଣୁ ସିଦ୍ଧାର୍ଥଙ୍କ ଶେୟାର ଜବତ କରିବା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପାଇଁ ସମ୍ଭବ ହୋଇନଥିଲା। ଏହି ଶେୟାରକୁ ସିଦ୍ଧାର୍ଥ ନିକଟରେ ଏଲ ଏଣ୍ଡଟିକୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି।

By amfnews

Related Post