Sat. Apr 25th, 2026

ଦିନଦିପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଅଜଣା ଲୁଟେରା

271 Views

ବାରିପଦା  : ଦିନଦିପରେ ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ଅଜଣା ଲୁଟେରା ୫୦ ହଜାର ଟଙ୍କା ଲୁଟି ନେଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ଜଗଦୀଶ ଚନ୍ଦ୍ର ମହାପାତ୍ର ଷ୍ଟେସନ ରୋଡରେ ଥିବା ଆହ୍ଲାବାଦ ବ୍ୟାଙ୍କର ବାରିପଦା ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ନେଇଯାଉଥିବା ବେଳେ ୱାର୍ଡ ନମ୍ବର ୧୧ ଅନ୍ତର୍ଗତ ବନ୍ଧସାହି ନିକଟରେ ହଠାତ୍ ଦୁଇଜଣ ଅଜଣା ଲୁଟେରା ମୋଟର ସାଇକେଲରେ ଆସି ସବୁ ଟଙ୍କା ଲୁଟି ନେଇଥିଲେ। ସେଦୁହେଁ ବ୍ୟାଙ୍କରେ ଜଗଦୀଶ ଚନ୍ଦ୍ର ମହାପାତ୍ର ଟଙ୍କା ଗଣୁଥିବା ବେଳେ ତାଙ୍କୁ ଫଲୋ କରୁଥିଲେ ବୋଲି ଜଣାଯାଇଛି।  ଆଜି ସକାଳ ୧୦ଟା ୪୦ମିନିଟ୍ ସମୟରେ ଏହି ଲୁଟ ଘଟିଥିବା କୁହାଯାଉଛି। ଏହାପରେ ଜଗଦୀଶ ଚନ୍ଦ୍ର ମହାପାତ୍ର ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ତାପରେ ବାରିପଦା ଟାଉନ ଥାନା ପକ୍ଷରୁ ଘଟଣାସ୍ଥଳରେ ଯାଞ୍ଚ କରାଯିବା ସହ ବ୍ୟାଙ୍କର ସିସିଟିଭି ଫୁଟେଜକୁ  ଯାଞ୍ଚ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

By amfnews

Related Post