Fri. Sep 4th, 2026

ପୁରୀରେ ଚାଲିଛି ଅମଲାତାନ୍ତ୍ରିକ ଆତଙ୍କବାଦ: ବ୍ରଜ ତ୍ରିପାଠୀ

282 Views

ଭୁବନେଶ୍ୱର : ପୁରୀରେ ଚାଲିଛି ଅମଲାତାନ୍ତ୍ରିକ ଆତଙ୍କବାଦ। ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର କରିବା ଚକ୍କରରେ ବର୍ତ୍ତମାନର ଐତିହ୍ୟସବୁକୁ ଧ୍ୱଂସ କରାଯାଉଛି। ଏହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିଠାରୁ ବି ଅଧିକ ଭୟଙ୍କର। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ।

ସଂପ୍ରତି ସମତା କ୍ରାନ୍ତି ଦଳର ସଭାପତି ଥିବା ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି ଯେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ସହରର ଭିତ୍ତିଭୂମି ଉନ୍ନୟନ ଅଭିଯାନ ଚଳେଇଛନ୍ତି ବୋଲି ଦାବି କରୁଛନ୍ତି। କିନ୍ତୁ ବାସ୍ତବରେ ଶ୍ରୀମନ୍ଦିର ଚାରିପଟେ ଥିବା ପ୍ରାଚୀନ ମଠ ଓ ମନ୍ଦିରଗୁଡ଼ିକୁ ଧ୍ୱଂସ କରି ପୁରୀର ସହରର ଐତିହ୍ୟ ଓ ସମୃଦ୍ଧ ସଂସ୍କୃତିକୁ ଲୋପ କରାଯାଉଛି। ଭଙ୍ଗାଯାଉଥିବା ମଠଗୁଡ଼ିକ ସହିତ ଶ୍ରୀମନ୍ଦିରର ବହୁ ପ୍ରଚଳିତ ପ୍ରଥା ଓ ପରମ୍ପରାର ପ୍ରାଚୀନ ସଂପର୍କ ରହିଛି।

ରାଜ୍ୟ ସରକାରଙ୍କର ଏହି ଅଭିଯାନ ପୁରୀ ସହରର ସଂସ୍କୃତି ଓ ଐତିହ୍ୟ ବିରୋଧରେ ଏକ ଭୟଙ୍କର ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ସରକାର ଆଇନ ଓ ସମ୍ବିଧାନ ଉଲ୍ଲଙ୍ଘନ କରି ଏହି ଅଭିଯାନ ଚଳେଇଛନ୍ତି ବୋଲି ସେ କହିଛନ୍ତି।

By amfnews

Related Post