Wed. Sep 9th, 2026

ଦଳୀୟ ନେତାଙ୍କୁ ଏମିତି ଟିପ୍ସ ଦେଲେ ଅମିତ ଶାହ

311 Views

ନୂଆଦିଲ୍ଲୀ: ଗତକାଲି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା। ବିଜେପି ସଂସଦୀୟ ବୋର୍ଡର ନିଷ୍ପତ୍ତି କ୍ରମେ ଜେ.ପି ନଡ୍ଡା ଆଗାମୀ ୬ ମାସ ପାଇଁ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। ଏହି ଅବସରରେ ବିଜେପି ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଦଳୀୟ ନେତାଙ୍କୁ କିଛି ଟିପ୍ସ ଦେଇଛନ୍ତି।

ସେ କହିଛନ୍ତି ଦଳ ଚଳିତବର୍ଷ ଭଲ ପ୍ରଦର୍ଶନ କରିଥାଇପାରେ କିନ୍ତୁ ଏବେ ବି ନିଜ ଶ୍ରେଷ୍ଠ ପ୍ରଦର୍ଶନଠୁ ପଛରେ ରହିଛି। ଏଥିପାଇଁ ସଦସ୍ୟ ସଂଗ୍ରହ ଅଭିଯାନକୁ ଆଗେଇ ନେବାକୁ ହେବ ବୋଲି ଶାହ କହିଛନ୍ତି। ଏହି ଅଭିଯାନ ଦ୍ୱାରା ଦଳ ସମସ୍ତ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥାଏ। ବର୍ତ୍ତମାନ ବିଜେପିରେ ୧୧ କୋଟି ସଦସ୍ୟ ରହିଛନ୍ତି। ଏବେ ଆହୁରି ୨୦ ପ୍ରତିଶତ ସଭ୍ୟ ବଢ଼ାଇବାକୁ ପଡ଼ିବ ବୋଲି ସେ ଉପସ୍ଥିତ ନେତାଙ୍କୁ କହିଛନ୍ତି।

 

By amfnews

Related Post