Fri. Jun 12th, 2026

ତେଜ ପ୍ରତାପ ଯାଦବଙ୍କୁ ବାପାଙ୍କ ଭଳି ଜେଲରେ ରହିବାକୁ ପଡ଼ିବ ବୋଲି କହିଲେ ବିଜେପି ନେତା

217 Views

ପାଟନା: ଆରଜେଡି ନେତା ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ପୁଣିଥରେ ରାଜନୀତିରେ ସକ୍ରିୟ ହେଉଥିବା ଜଣାଗଲାଣି।। ସେ ନିଜର ବିବାଦୀୟ ମନ୍ତବ୍ୟ ଲାଗି ପୁଣି ଚର୍ଚ୍ଚାରେ ଅଛନ୍ତି।
ତେଜ ପ୍ରତାପ ଯାଦବ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ଆରଜେଡି, ଜେଡିୟୁ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର ଲଢେଇ।  ତେଜ ପ୍ରତାପ କହିଛନ୍ତି ଯେ, ନୀତିଶ କୁମାର ଏବେ କୁମାର ନୁହନ୍ତି ସେ କୁମାରୀ ଅଟନ୍ତି । ଠିକ୍‌ ସେହିପରି ସୁଶୀଲ କୁମାର ମୋଦୀ ମଧ୍ୟ ଏବେ ସୁଶୀଲ କୁମାରୀ ମୋଦୀ ବୋଲି କହିଛନ୍ତି। ଏହାକୁ ନିଜ ଦଳର ନେତାମାନେ ମଧ୍ୟ ଗ୍ରହଣ କରିନାହାନ୍ତି।

ବିଜେପି ଓ ଜେଡିୟୁ ଏହି ବୟାନକୁ ନେଇ ଆରଜେଡିକୁ କଡ଼ା ସମାଲୋଚନା କରିଥିଲା ବେଳେ ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ତେଜ ପ୍ରତାପଙ୍କ ଏହି ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି , ଆମେ ମଧ୍ୟ ବିରୋଧରେ କହୁଛୁ, ରାଜନୀତିରେ ଏଭଳି ଭାଷାର କୌଣସି ସ୍ଥାନ ନାହିଁ । ବିଜେପିର ଜଣେ ମୁଖପାତ୍ର କହିଛନ୍ତି ଯେ, ଯଦି ତେଜ ପ୍ରତାପ ନିଜ ବାପାଙ୍କ ଧାରାରେ ଯିବାକୁ ଚେଷ୍ଟା କରୁଛନ୍ତି, ତେବେ ସେ ବୁଝିଯିବା ଦରକାର ଯେ, ଦିନେ ନା ଦିନେ ତାଙ୍କୁ ବାପାଙ୍କ ଭଳି ଜେଲରେ ରହିବାକୁ ପଡ଼ିବ।

By amfnews

Related Post