Sat. Sep 26th, 2026

ବିବାହବନ୍ଧନରେ ଆବଦ୍ଧ ହେଲେ ଓଲିଉଡର ଲୋକପ୍ରିୟ ନାୟକ ଅମ୍ଳାନ

264 Views

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ ଆଜି ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ସେ କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କର ବାସଭବନରେ ଭୂମିକାଙ୍କ ପାଣିଗ୍ରହଣ କରିଛନ୍ତି। ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର ଦାସଙ୍କ ସମେତ କେତେକ ପ୍ରିୟ ପରିଜନ ଉପସ୍ଥିତ ଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତ ୨୦୧୯ ଡିସେମ୍ବର ମାସ ୮ ତାରିଖରେ ଅମ୍ଳାନଙ୍କର ନିର୍ବନ୍ଧ ହୋଇଥିଲା। ତାଙ୍କର ଜୀବନସାଥୀ ଭୂମିକା କିନ୍ତୁ  ଫିଲ୍ମଦୁନିଆ ସହ ଜଡ଼ିତ ନୁହନ୍ତି ବୋଲି ଜଣାପଡ଼ିଛି।ଓଲିଉଡର ଜଣେ ବ୍ୟସ୍ତ ନାୟକ ହେଲେ ଅମ୍ଳାନ ।

ଓଲିଉଡରେ ଷ୍ଟାରସନ୍‌ ଅମ୍ଳାନ ନିଂରଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌.କେ.ମୁରଲୀ ଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ପ୍ରାୟ ଡଜନେ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିସାରିଲେଣି। ଅମ୍ଳାନଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ‘ଟାର୍ଗେଟ’, ‘ତୁ ମୋ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘କଲେଜ୍‌ ଟାଇମ୍‌’, ‘ନୂଆ ନୂଆ ପ୍ରେମରେ’, ‘ସପନର ପଥେ ପଥେ’, ‘ବଜରଙ୍ଗୀ’ ଓ ‘ଫ୍ରମ୍ ମି ଟୁ ୟୁ’।  ଏବେ ତାଙ୍କ ଅଭିନୀତ ‘ରାଜା ସାହିବା’, ବାଜିବଲୋ ସାହାନାଇ’ ଏବଂ ‘ରୋମିଓ ରାଜା’ ଆଦି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାଛଡ଼ା ସେ  ଆପୁ କାନୁନଗୋଙ୍କ ନିର୍ଦେଶିତ ‘ମାମା ୱେଡସ ପାପା’ରେ ବି ନାୟକ ଭୂମିକା ନିଭାଇବେ। ଅମ୍ଳାନଙ୍କ ସହ ଏଥିରେ ଜଣେ ନୂଆ ନାୟିକାଙ୍କୁ ନିଆଯିବ ବୋଲି ଜଣାଯାଇଛି।

By amfnews

Related Post