Thu. Jul 9th, 2026

ତିନିଦଶକ ପରେ ପୁଣି ମହାରାଷ୍ଟ୍ରରେ ଦଳିତ-ମୁସଲିମ୍‌ ମେଣ୍ଟ!

346 Views

ମୁମ୍ବାଇ: ମହାରାଷ୍ଟ୍ରରେ ତିନି ଦଶକ ପରେ ପୁଣି ଥରେ ଦଳିତ-ମୁସଲମାନଙ୍କର ମେଣ୍ଟ ହେଉଥିବା ନେଇ ପୁଣି ଥରେ ଚର୍ଚ୍ଚା ଚାଲିଛି। ଏହି ଭଳି ମେଣ୍ଟର ସ୍ଥାପନା ପ୍ରାୟ ତିନି ଦଶକତଳେ ଅଣ୍ଡରଓ୍ଵାର୍ଲଡ ଡନ୍‌ ହାଜି ମସ୍ତାନ ଓ ଦଳିତ ନେତା ଯୋଗେନ୍ଦ୍ର କବାଡେ ମିଶି କରି ଦଳିତ- ମୁସଲିମ ଅଳ୍ପସଂଖ୍ୟକ ସୁରକ୍ଷା ମହାସଂଘ ପ୍ରତିଷ୍ଠା କରିଥିଲେ। ଏବେ ୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଆଇଏମ୍‌ଆଇଏମ୍‌ ର ଅସଦୁଦ୍ଦିନ୍‌ ଓବେସି ଓ ବିଆର୍‌ପି ବହୁଜନ ମହାସଂଘର ପ୍ରକାଶ ଆମ୍ବେଦକର ମଧ୍ୟ ଏଭଳି ଏକ ମେଣ୍ଟ କରୁଥିବା ଜଣାଯାଇଛି।

ପ୍ରକାଶ ଆମ୍ବେଦକରଙ୍କୁ କଂଗ୍ରେସ-ଏନ୍‌ସିପି ମେଣ୍ଟରେ ସାମିଲ ହେବାର ଅଫର୍‌ ମିଳିଥିଲା। ମାତ୍ର ତାକୁ ସେ ପ୍ରତ୍ୟାଖ୍ୟାନ କରି ଓବେସିଙ୍କ ସହିତ ମିଶି ଏକ ନୂଆ ମେଣ୍ଟ ଗଢିବାରେ ନିଷ୍ପତ୍ତିି ନେଲେ ।ଏହି ମେଣ୍ଟ ଚଳିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଜଣାଯାଇଛି। ମହାରାଷ୍ଟ୍ରରେ ପୂର୍ବରୁ କେବଳ ଭାଜପା-ଶିବସେନା ମେଣ୍ଟ ଓ କଂଗ୍ରେସ-ଏନ୍‌ ସିପି ମେଣ୍ଟ ମଧ୍ୟରେ ଲଢେଇ ହେବ ବୋଲି ଲାଗୁଥିଲା। ହେଲେ ଏହି ଲଢେଇ ତ୍ରିମୁଖୀ ହେବ ବୋଲି ଆକଳନ ହେଉଛି।

By amfnews

Related Post