Mon. Aug 24th, 2026

ରୋହିତ ଫେରୋ ଟେକ୍‌ କାରଖାନାରେ ଶ୍ରମିକ ମୃତ୍ୟୁ: ଶବ ରଖି ଧାରଣାରେ ବସିଲେ ଗ୍ରାମବାସୀ

323 Views

ଯାଜପୁର: କଳିଙ୍ଗନଗରସ୍ଥିତ ରୋହିତ ଫେରୋ ଟେକ୍‌ କାରଖାନାର ମୁଖ୍ୟ ଫାଟକ ସାମ୍ନାରେ ଜଣେ ମୃତ ଶ୍ରମିକଙ୍କର ଶବ ରଖି ଅରାସାହି ମାନତିରା ଗ୍ରାମବାସୀମାନେ କ୍ଷତି ପୂରଣ ଦାବି କରି ଧାରଣାରେ ବସିଛନ୍ତି।

ମୃତ ଶ୍ରମିକଙ୍କ ନାମ ଲକ୍ଷ୍ମଣ। ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ସେ ଡିୟୁଟିରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ଲାଗି ତାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏସିଡିଟି ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିବା କଥା ସେଠାକାର ଡାକ୍ତରମାନେ କହିଥିଲେ। କିନ୍ତୁ, ସନ୍ଧ୍ୟା ଆଡ଼କୁ ତାଙ୍କର ଦେହ ବେଶୀ ଖରାପ ହେବାରୁ ତାଙ୍କୁ କଟକ ନିଆଯାଇଥିଲା। ପ୍ରାୟ ମଧ୍ୟରାତ୍ରୀ ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ପରିବାରୁ ଅନ୍ୟ ଜଣକ ଚାକିରି କିଂବା ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି।

By amfnews

Related Post