Sat. Apr 25th, 2026

ତଦନ୍ତ ଅଧାରୁ ଏବିଭିପିକୁ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀଙ୍କ କ୍ଲିନଚିଟ୍‌

184 Views

ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡରେ ବିଜେପି ସହ ଜଡ଼ିତ ଛାତ୍ର ସଂଗଠନ ଏବିଭିପିର ହାତ ଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫଟୋରେ ବି ଏବିଭିପିର ସଦସ୍ୟମାନେ ଜେଏନୟୁରେ ଆତଙ୍କରାଜ କରିଥିବା ସାମ୍ନାକୁ ଆସିଛି।

କ୍ରାଇବ୍ରାଞ୍ଚ ଅଧିକ ଖୋଳତାଡ଼ କରୁଥିବା ବେଳେ ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କିନ୍ତୁ ଏବିଭିପିକୁ କ୍ଲିନଚିଟ୍‌ ଦେଇଛନ୍ତି। ସେ କହିଛନ୍ତି, “ବିଜେପି କିମ୍ବା ବିଜେପି ସହ ଜଡ଼ିତ ସଂଗଠନ କେବେ ହେଲେ ହିଂସା ସୃଷ୍ଟି କରିପାରିବେ ନାହିଁ। ହିଂସା ସୃଷ୍ଟି କରିବାର କ୍ଷମତା ଆମର ନାହିଁ।”

ଏବିଭିପି ହେଉଛି ଆରଏସଏସର ଛାତ୍ର ସଂଗଠନ। ଆରଏସଏସ ହେଉଛି ବିଜେପିର ଆଦର୍ଶ ଗୁରୁ। ତେଣୁ ବିଜେପି ଓ ଏବିଭିପି ଅଙ୍ଗାଅଙ୍ଗି ଭାବେ ଜଡ଼ିତ।

ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, “କଂଗ୍ରେସ ଓ ଆପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି। ଏଥିରୁ ଉଭୟ କ୍ଷାନ୍ତ ରହିବା ଦରକାର। ସେହିପରି ଜେଏନୟୁର ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କୁ ପରୀକ୍ଷା ଦେବାକୁ ଛାଡ଼ନ୍ତୁ।

ସେମାନେ କାହାକୁ ବି ଅଟକାଇବା ଠିକ ନୁହେଁ। ବର୍ତ୍ତମାନ ଜେଏନୟୁ ହିଂସାକାଣ୍ଡ ଘଟଣାର ତଦନ୍ତ ହେଉଛି। ଏହା ପଛରେ କେଉଁମାନେ ଅଛନ୍ତି, ଖୁବଶୀଘ୍ର ଏହାର ପର୍ଦ୍ଦାଫାସ ହେବ।”

By amfnews

Related Post