Thu. Jul 23rd, 2026
232 Views

ୱାଶିଂଟନ: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନ ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଏହି ବିବାଦ ଘନେଇବାରେ ଲାଗିଛି। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଥିବା ଇରାନ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି।

ଆଜି ଇରାନ ପକ୍ଷରୁ ଆମେରିକାର ସମସ୍ତ ଫୋର୍ସକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଅର୍ଥାତ ଆମେରିକାର ୩ ସେନା ବାହିନୀର କୌଣସି ସଦସ୍ୟ କେବେ ବି ଇରାନରେ ପହଞ୍ଚି ପାରିବେ ନାହିଁ। ସେମାନଙ୍କୁ ଇରାନ ଆତଙ୍କୀ ଘୋଷଣା କରିଥିବାରୁ ସେମାନଙ୍କ ଉପରେ ହମଲା କରିବ।

ଅନ୍ୟପକ୍ଷରେ ଇରାନ ରିଭ୍ୟୁଲେସନାରୀ ଗାର୍ଡର ହୁସେନ ସଲାମୀ ମଧ୍ୟ ଆଜି ଆମେରିକାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଆମେରିକାର ଯେଉଁ ସ୍ଥାନଗୁଡ଼ିକୁ ସମର୍ଥନ ଓ ସହଯୋଗ କରୁଛି, ଏବେ ସେଗୁଡ଼ିକୁ ଜଳାଇ ଦିଆଯିବ। ସୁଲେମାନୀଙ୍କ ମୃତ୍ୟୁ ବଦଲା ଆମେ ନେବୁ। ଇରାନର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲୀ ଖାମେନି ମଧ୍ୟ ଆମେରିକା ବିରୋଧରେ ଏକ ପ୍ରକାରର ଯୁଦ୍ଧ ଡାକରା ଦେଇଛନ୍ତି।

ଇରାନ ପ୍ରତିଶୋଧ ପାଇଁ ଧମକ ଦେଉଥିବା ବେଳେ ଆମେରିକା ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛି। ଇରାନର ୫୨ଟି ସ୍ଥାନକୁ ଆମେରିକା ଟାର୍ଗେଟ କରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରି ସାରିଛନ୍ତି। ସେହିପରି ଯେଉଁ ଇରାକରେ ଆମେରିକା ଡ୍ରୋନ ଦ୍ୱାରା ଆକ୍ରମଣ କରି ସୁଲେମାନୀଙ୍କୁ ହତ୍ୟା କରିଥିଲା, ଏବେ ସେଠାକାର ସଂସଦ ମଧ୍ୟ ୱାଶିଂଟନ ଉପରେ କ୍ଷୁବ୍ଧ ହୋଇଛି।

ଇରାକ ସଂସଦ ବାଗଦାଦରୁ ଆମେରିକା ସମେତ ସମସ୍ତ ବିଦେଶୀ ସୈନ୍ୟମାନଙ୍କୁ ଚାଲିଯିବାକୁ କହିଛି। ହେଲେ ଆମେରିକା ଏଥିରେ ରାଜି ହୋଇନାହିଁ। ଫଳରେ ଇରାନ ସହ ମଧ୍ୟ ଆମେରିକାର ତିକ୍ତତା ଆରମ୍ଭ ହୋଇଛି।

By amfnews

Related Post