Thu. Jun 4th, 2026

ଟ୍ରେନ୍‌ ଧକ୍କାରେ ଛାତ୍ର ମୃତ; ଗାଁରେ ଉତ୍ତେଜନା

268 Views

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ଗାଁସ୍ଥିତ ଗୋପବନ୍ଧୁ ଶିକ୍ଷା ନିକେତନର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ବିଜୟ ନାୟକ। ତାଙ୍କ ଘର ବାରିପଦା ଅଞ୍ଚଳରେ।

ସୂଚନା ଅନୁସାରେ, ବିଜୟ ଆଜି ଭୋରରୁ ଉଠି ସ୍କୁଲ ହଷ୍ଟେଲ ବାହାରକୁ ଶୌଚ ପାଇଁ ଯାଇଥିବା ସନ୍ଦେହ କରାଯାଉଛି। ତେବେ ସ୍କୁଲ ପାଖ ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ ପାର୍ଶ୍ୱରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍କୁଲର ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ସେତେବେଳକୁ  ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଟ୍ରେନ୍‌ ଧକ୍କାରେ ଛାତ୍ରର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏହାକୁ ନେଇ  ମଛପଦା ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।  ଛାତ୍ର ଜଣଙ୍କ କିଭଳି ସ୍କୁଲ ଗେଟ୍ ପାର ହୋଇ ରେଳ ଲାଇନ ପାଖରେ ପହଞ୍ଚିଲେ ଓ ସେ ସେଠାକୁ ଶୌଚ ପାଇଁ କାହିଁକି ଯାଇଥିଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

By amfnews

Related Post