Tue. Sep 15th, 2026

ମା’ କୋଳରୁ ଛୁଆ ଗାଏବ, ମିଳିଲା ମୃତଦେହ

262 Views

କୋରାପୁଟ  :  ମା’ କୋଳରୁ ହଠାତ୍‌ ଗାଏବ ହୋଇଗଲା ୩ମାସର ଶିଶୁ କନ୍ୟା। ଆଉ ଖୋଜାଖୋଜି ପରେ ଘରଠୁ କିଛି ଦୂରରୁ ମିଳିଲା ମୃତଦେହ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତ ଶିଶୁ କନ୍ୟାର ମା’ ଅନିତା ମୁଦୁଲିଙ୍କ କହିବାନୁଯାୟୀ, “ଗତ ରାତିରେ ମୋ’ ପାଖରେ ୩ ମାସର ଶିଶୁକନ୍ୟା ଓ ୨ ବର୍ଷର ଶିଶୁପୁତ୍ର ଶୋଇଥିଲେ।  ହେଲେ ରାତିରେ ହଠାତ୍‌ ନିଦ ଭାଙ୍ଗିବାରୁ ଛୁଆକୁ ପାଇ ନ ଥିଲି।  ଏହାପରେ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନିରାଶ ହୋଇଥିଲୁ।  ଆଜି ସକାଳୁ ଜଣେ ବଧିର ବ୍ୟକ୍ତି ଖଳାରେ ମୃତଦେହ ପଡ଼ିଥିବା ଦେଖି ଖବର ଦେଇଥିଲେ। ସେଠାକୁ ଯାଇ ଝିଅର ମୃତଦେହ ଦେଖିଥିଲୁ।”

ତେବେ କିପରି ଶିଶୁକନ୍ୟା ମା’ ପାଖରୁ ଗଲା, କିପରି ତା’ର ମୃତ୍ୟୁ ହେଲା, କିମ୍ବା ହତ୍ୟା କରାଯାଇଛି ସେ ସମ୍ପର୍କରେ କିଛି  ଜଣାପଡ଼ିନାହିଁ । ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି।

By amfnews

Related Post