Wed. Oct 7th, 2026

ଟ୍ରକ୍‌ରୁ ୨୨ ଲକ୍ଷ ଟଙ୍କାର ପିଆଜ ଚୋରି

302 Views

ଶିବପୁରୀ: ମହାରାଷ୍ଟ୍ରର ନାଶିକରୁ ଉତ୍ତର ପ୍ରଦେଶର ଗୋରଖପୁରକୁ ଆସିବା ବାଟରେ ୨୦ ରୁ ୨୨ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଯାଇଛି। ଗୁରୁବାର ଦିନ ଉକ୍ତ ଟ୍ରକ୍‌ଟିକୁ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଉଦ୍ଧାର କରାଯାଇଛି।

ଶିବପୁରୀର ପରିବହନକାରୀ ଜାବେଦଙ୍କ ଟ୍ରକ୍‌ରେ ନାଶିକର ବ୍ୟବସାୟୀ ପ୍ରେମଚନ୍ଦ ଶୁକ୍ଳ ନଭେମ୍ବର ୧୧ ତାରିଖ ଦିନ ପ୍ରାୟ ୪୦ ଟନ୍‌ ପିଆଜ ପଠାଇଥିଲେ। ତାହା ନଭେମ୍ବର ୨୨ ତାରିଖରେ ନିର୍ଦ୍ଧାରିତ ସ୍ଥଳରେ ପହଞ୍ଚିବା କଥା, କିନ୍ତୁ ପହଞ୍ଚି ନ ଥିଲା।

ନିର୍ଦ୍ଧାରିତ ତାରିଖରେ ପିଆଜ ଗୋରଖପୁରରେ ନ ପହଞ୍ଚିବାରୁ ଘଟଣା କ’ଣ ଅନୁସନ୍ଧାନ କରିବାକୁ ବ୍ୟବସାୟୀଜଣକ ଶିବପୁରୀରେ ପହଞ୍ଚିଲେ। ପିଆଜ ଚୋରି ହୋଇଥିବା ଜାଣି ଘଟଣାର ତଦନ୍ତ କରିବାକୁ ଶୁକ୍ଳ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜେଶ ସିଂହ ଚାଣ୍ଡେଲ୍‌ଙ୍କୁ ଅନୁରୋଧ କରିଛନ୍ତି। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସମ୍ବାଦିକମାନଙ୍କୁ କହିଛନ୍ତି, ଆମେ ମାମଲା ରୁଜୁ କରି ଅପରାଧୀମାନଙ୍କୁ ଧରିବୁ।ଖାଲି ଟ୍ରକ୍‌ଟି ତେନ୍ଦୁ ଥାନା ଅଞ୍ଚଳରେ ରଖାଯାଇଥିବା ଅବସ୍ଥାରେ ମିଳିଛି ଏବଂ ପରିବହନକାରୀ ଜଣେ ସ୍ଥାନୀୟ ଲୋକ।ସମ୍ପ୍ରତି ମଧ୍ୟପ୍ରଦେଶରେ ପିଆଜ ଦର କିଲୋପିଛା ୧୦୦ ଟଙ୍କାରେ ବିକ୍ରୟ ହେଉଛି।

By amfnews

Related Post