Wed. Sep 23rd, 2026

ଟିକ୍‌ଟକ୍‌ କରୁଥିଲେ, ଛାତରୁ ଖସି ପଡ଼ିଲେ

337 Views

ରାଉରକେଲା  : ଟିକ୍‌ଟକ୍‌ କରିବା ମହଙ୍ଗା ପଡ଼ିଲା। ଛାତରୁ ଖସିପଡ଼ିଲେ ଯୁବକ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲାରେ। ଆହତ ଯୁବକଙ୍କ ନାଁ ଅଲିନ୍‌ ଗୋଚ୍ଛାୟତ। ତାଙ୍କ ଘର ଗୋଳଘର ଅଞ୍ଚଳରେ।

ଅଲିନ୍‌ ୬ ନମ୍ୱର ସେକ୍ଟରରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ କ୍ୱାର୍ଟର୍ସର ଦୁଇ ତାଲା ଛାତ ଉପରେ ଅନ୍ୟ ଜଣ ସାଙ୍ଗକୁ ନେଇ ଟିକ୍‌ଟକ୍ ଭିଡିଓ ବନାଉଥିଲେ। ଅଲିନ୍‌ଙ୍କ ସାଙ୍ଗ ଦୃଶ୍ୟଟିକୁ ରେକର୍ଡିଂ କରୁଥିଲେ। ତେବେ ଅସାବଧାନତା ବଶତଃ ହେଉ ଅବା ଅତ୍ୟଧିକ ଉତ୍ସାହ ଯୋଗୁ ହେଉ ଅଲିନ୍‌ ଛାତ ଉପରୁ ଖସି ପଡ଼ିଥିଲେ।

ଏହାପରେ ତାଙ୍କ ସାଙ୍ଗ ଏବଂ କିଛି ପଡ଼ୋଶୀ ତାଙ୍କୁ ପ୍ରଥମେ ରାଉରକେଲା  ସରକରୀ ଡାକ୍ତରଖାନା ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post