Sun. Sep 27th, 2026

ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ବର୍ଷା ଯୋଗୁଁ ଖେଳରେ ବାଧା

219 Views

ମେଲବର୍ଣ୍ଣ, ଜାନୁଆରୀ ୧୮  : ମେଲବର୍ଣ୍ଣ ଟିକେଟ ଗ୍ରାଉଣ୍ଡରେ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ତିନୋଟଠି ପରିବର୍ତ୍ତନ କରାଯାଇଥିବା ବେଳେ ଏକମାତ୍ର ନୂଆ ମୁହଁ ଭାବେ ବିଜୟ ଶଙ୍କର ତାଙ୍କ ଜୀବନର ପ୍ରଥମ ଦିନିକିଆ ଖେଳିବାର ସୁଯୋଗ ପାଇଛନ୍ତି।ସେହିପରି ଯୁଜବେନ୍‌୍ର ଚହଲ ଓ କେଦାର ଯାଦବଙ୍କୁ ମଧ୍ୟ ତୃତୀୟ ଦିନିକିଆରେ ସୁଯୋଗ ମିଳିଛି। ତେବେ ଭାରତର ଇତିହାସ ରଚନଦାକ୍ଷେତଅରେ ବର୍ଷା ବାଧକ ସାଜିଛି। ବୋଲିଂ ଆରମ୍ଭ କରିଥିବା ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରର ୨ଟି ବଲ୍‌ ପରେ ବର୍ଷା ଯୋଗୁଁ ଖେଳାଳିମାନେ ପାଭିଲିୟନକୁ ଫେରିଆସିଥିବା ବେଳେ ପିଚ୍‌କୁ କଭର କରି ଦିଆଯାଇଛି।

ଟେଷ୍ଟ୍‌ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ କେବେ ବି ଟେଷ୍ଟ୍‌ କିମ୍ବା ଦିନିକିଆ ଶୃଙ୍ଖଳା ଜିତିନଥିଲା। ଗୋଟିଏ ସ୍ୱପ୍ନକୁ ବିରାଟ ବାହିନୀ ସାକାର କରିସାରିଛି। ଅନ୍ୟଟିର ନିଣ୍ଣାୟକ ପରୀକ୍ଷା ଆଜି ମେଲବର୍ଣ୍ଣ ଠାରେ ଅନୁଷ୍ଠିତ ହେଉଛି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଏବେ ସ୍ଥିତି ୧-୧ ରେ ରହିଛି। ତେବେ ବର୍ଷା ଯୋଗୁଁ ଖେଳ ସମ୍ପୂର୍ଣ୍ଣ ହୋଇ ନ ପାରିଲେ ଅବା ବର୍ଷା ବାଧାପ୍ରାପ୍ତ ଖେଳରେ ଡକ୍‌ଓ୍ଵର୍ଥ ଲୁଇସ୍‌ ପଦ୍ଧତିି ରେ ବିଜେତା ଘୋଷଣା ହେଲେ ଖେଳର ରୋମାଞ୍ଚ କମିଯିବାର ଆଶଙ୍କା ସୃଷ୍ଟି ହୋଇଛିି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

By amfnews

Related Post