Sun. Oct 18th, 2026

ରାୟଗଡ଼ା: ମାଣିକେଶ୍ୱରୀ ମନ୍ଦିରରୁ ବିଗ୍ରହ ଚୋରି

270 Views

ରାୟଗଡ଼ା, ଜାନୁଆରୀ ୧୮ : ରାୟଗଡ଼ା ଜିଲ୍ଲା ଥିରୁବାଲି ଖେଦପଡ଼ାସ୍ଥିତ ମା ମାଣିକେଶ୍ୱରୀଙ୍କ ମନ୍ଦିରରୁ ବିଗ୍ରହ ଚୋରି। ହଜାର ହଜାର ବର୍ଷର ପୂରାତନ ମାଣିିକେଶ୍ୱରୀଙ୍କ ମନ୍ଦିରର ଏହି ପିତଳ ମୂର୍ତ୍ତିଚୋରି ହୋଇଥିବା ଜଣାପଡ଼ିବା ପରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କେତେକ ଦୁର୍ବୃତ୍ତ ବହୁ ପରାତନ ମା ମାଣିକେଶ୍ୱରୀଙ୍କ ମନ୍ଦିର ଭିତରେ ପଶି ଏଠାରେ ପୂଜିତ ହେଉଥିିବା ମାଆଙ୍କ ଅଢ଼େଇ ଫୁଟ୍‌ ଉଚ୍ଚର ପିତଳ ନିର୍ମିତ ବିଗ୍ରହକୁ ଚୋରି କରି ନେଇ ଯାଇଛନ୍ତି। ଆଜି ସକାଳେ ପୂଜାର୍ଚ୍ଚନା ପାଇଁ ଆସିଥିିବା ପୂଜକ ମନ୍ଦିରରେ ମାଙ୍କ ମୂର୍ତ୍ତି ଚୋରି ହୋଇଥିବା ଜାଣିି ଗାଁ ଲୋକଙ୍କୁ ଅବଗତ କରିଥିଲେ। ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିିବା ସହିତ ଏ ସମ୍ପର୍କରେ ପୁଲିସକୁ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ ଏହି ମନ୍ଦିରଟି ଏକ ବହୁ ପ୍ରାଚୀନ ମନ୍ଦିର ଭାବେ ଏହାର ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଖ୍ୟାତି ରହିଛି। ତେଣୁ ମନ୍ଦିରରୁ ମୂର୍ତ୍ତି ଚୋରି ହେବା ଘଟଣା ସ୍ଥାନୀୟ ଲୋକଙ୍କୁ ମର୍ମାହତ କରିଛି।

By amfnews

Related Post