Sat. Aug 15th, 2026

ଟଙ୍କା ମାଗିବାରୁ ମା’କୁ ମାଡ଼ ମାରିଲେ, ଘରୁ ବାହାର କରିଦେଲେ

200 Views

ଫୁଲବାଣୀ  : ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ କିଛି ପଇସା ପାଇଁ ବାପମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ହାତ ଉଠାଇବାକୁ ବି ପଛାଉ ନାହାନ୍ତି ଛୁଆ।  ଏପରି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର  ଫୁଲବାଣୀ ଟାଉନ ଥାନା  ଅନ୍ତର୍ଗତ ଅମଲାପଡ଼ା ଗାଁରେ।

ଏହି ଗାଁର ଉତ୍ସବ ନାୟକ ଓ କୁନ୍ତଳା ନାୟକଙ୍କର ୩ ପୁଅ, ଗୋଟିଏ ଝିଅ ଥିବା ବେଳେ ପରିଣତ ବୟସରେ କିନ୍ତୁ ସେମାନେ ଝିଅ ପାଖରେ  ରହୁଛନ୍ତି। ପୁଅମାନେ ମା’କୁ ପ୍ରତି ମାସ ଚଳିବାକୁ କିଛି ଟଙ୍କା ଦେବା ନିମନ୍ତେ ସ୍ଥିର ହୋଇଥିଲା। ହେଲେ ଗତ ୨ ମାସ ହେବ ଗାଁରେ ରହୁଥିବା ମଝିଆ ପୁଅ ଟଙ୍କା ଦେଇ ନ ଥିବାରୁ କୁନ୍ତଳା ଗତ ୧୧ ତାରିଖରେ ପୁଅ ପାଖରେ ପହଞ୍ଚିଥିଲେ । ହେଲେ ଟଙ୍କା କଥା ଉଠିବାରୁ ମା’ ସହ ପୁଅବୋହୂଙ୍କର ବଚସା ହୋଇଥିଲା। ଆଉ ଶେଷରେ ମାଡ଼ ମାରି ଘରୁ ବିଦା କରି ଦେଲେ।  ଘଟଣାକୁ ୪ ଦିନ ବିତିଯାଇଥିଲେ ବି ଏହାର ସମାଧାନ ହୋଇ ନ ପାରିବାରୁ ଶେଷରେ ମା’ ଥାନାର ଦ୍ୱାରସ୍ଥ ହୋଇଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post