Sat. Sep 26th, 2026

ବିଜେପୁର ଉପନିର୍ବାଚନ; ଆଜି ମୁଖ୍ୟମନ୍ତ୍ରୀ କରିବେ ରୋଡ୍‌ ଶୋ’

193 Views

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ୩ ପ୍ରମୁଖ ଦଳର ହେଭିୱେଟ୍ ବିଜେପୁରରେ ଡେରା ପକାଇଛନ୍ତି। ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମୈଦାନରେ ନିଜ ନିଜ ଶୈଳୀରେ ଭୋଟ୍ ଭିକ୍ଷା କରୁଛନ୍ତି।  ବିଜେଡି ଗଡ଼ ଦଖଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ। ସେଠାରେ ସେ ୨ଦିନ ଧରି ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କରିଥିଲେ। ଏହି ଦୁଇ ନେତା ବରପାଲି, ବିଜେପୁର ଓ ଗାଈସିଲଟ ବ୍ଲକରେ ଭୋଟ୍ ଭିକ୍ଷା କରିଥିଲେ।  ଅନ୍ୟପକ୍ଷରେ ରୋହିତ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ ମଧ୍ୟ ରୀତା ସାହୁଙ୍କ ପାଇଁ  ପ୍ରଚାରର ମଙ୍ଗ ଧରିଛନ୍ତି।

By amfnews

Related Post