Fri. May 15th, 2026

ଝିଅକୁ ହଷ୍ଟେଲରେ ଛାଡ଼ି ଫେରୁଥିଲେ, ଗଛରେ ପିଟିହେଲେ କାର୍‌

153 Views

ଭୁବନେଶ୍ୱର :  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚିରଞ୍ଜିବୀ ସାହୁ, ମଧୁସ୍ମିତା ସାହୁ, ଆଦିତ୍ୟ ସାହୁ ଓ କାର୍‌ ଡ୍ରାଇଭର ସନ୍ତୋଷ ନାୟକ। ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲା ନନ୍ଦିଘରରେ।

ଚିରଞ୍ଜିବୀଙ୍କ ଝିଅ ନୟାଗଡ଼ରେ ପଢ଼ନ୍ତି। ଗତକାଲି ତାଙ୍କୁ ହଷ୍ଟେଲ୍‌ରେ ଛାଡ଼ିବାକୁ ଚିରଞ୍ଜିବୀ, ତାଙ୍କ ସ୍ତ୍ରୀ ଓ ପୁଅ କାର୍ ଯୋଗେ ନୟାଗଡ଼ ଆସିଥିଲେ। ଝିଅକୁ ଛାଡ଼ି ହଷ୍ଟେଲ୍‌ରେ ଛାଡ଼ି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଘଟଣାସ୍ଥଳରେ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଚିରଞ୍ଜିବୀଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ ଭୁବନେଶ୍ୱର ଅଣାଯାଉଥିବା ବେଳେ ବାଟରେ ତାଙ୍କରେ ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଡ୍ରାଇଭରର ଆଖିଲାଗି ଯିବାରୁ  ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଚିରଞ୍ଜିବୀ ଏକ  ରାଇସ ମିଲ୍‌ର ମାଲିକ ଥିଲେ ବୋଲି ଜଣାପଡ଼ିଛି।

By amfnews

Related Post