Sat. Sep 5th, 2026
190 Views

ଭୁବନେଶ୍ୱର : ମଞ୍ଚ ଉପରେ ସର୍ବସମ୍ମୁଖରେ ହୋଇଛି ଅସଦାଚରଣ । ତାହା ପୁଣି ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଥିବା କଳିଙ୍ଗ ଷ୍ଟାଡିୟମରେ । ଏହାକୁ ବିରୋଧ କରି ପୀଡ଼ିତାଙ୍କ ୨ ଭଉଣୀ ସୁରକ୍ଷା କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଓ୍ୱାଲ କ୍ଲାଇମ୍ବିଂ ଚାମ୍ପିଅନସିପର ଉଦ୍‌ଯାପନୀ ଉତ୍ସବରେ ଘଟିଛି ଏପରି କାଣ୍ଡ। ଚାମ୍ପିଅନସିପ୍‌ ଚେୟାରମ୍ୟାନ ବ୍ରିଗେଡିୟର ଏମ୍.ପି. ଯାଦବଙ୍କ ବିରୋଧରେ ପୀଡ଼ିତା ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ ।

ସୂଚନା ଅନୁଯାୟୀ, ଉଦ୍‌ଯାପନୀ ଉତ୍ସବରେ ମଞ୍ଚ ଉପରେ ସମସ୍ତଙ୍କ ସମ୍ମୁଖରେ ଯୁବତୀଙ୍କୁ ସଂପୃକ୍ତ ବ୍ରିଗେଡିୟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ଏହାକୁ ବିରୋଧ କରିବାରୁ ଯୁବତୀଙ୍କ ଅନ୍ୟ ଦୁଇ ଭଉଣୀଙ୍କୁ ସେଠାରେ ଥିବା ସୁରକ୍ଷା କର୍ମୀ ମାଡ଼ ମଧ୍ୟ ମାରିଥିବା ଜଣାଯାଇଛି।  ଏନେଇ ନୟାପଲ୍ଲୀ ଥାନାରେ ୩ ଜଣ ଯୁବତୀ ଏତଲା ଦେଇଛନ୍ତି  । ପୁଲିସ୍‌ ଘଟଣାର ତଦନ୍ତ କରୁଛି  । ତେବେ ଏହି ଘଟଣାରେ ସଂପୃକ୍ତ ବ୍ରିଗେଡିୟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

By amfnews

Related Post