Sat. Jul 25th, 2026

ଜିଲା କଂଗ୍ରେସ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଜମସମ୍ପର୍କ ଅଭିଯାନ

224 Views

ରାଉରକେଲା, ୧୮ା୧୨ : ରାଉରକେଲା ଜିଲା କଂଗ୍ରେସ କମିଟି ସଭାପତି ରବି ରାୟଙ୍କ ନେତୃତ୍ୱରେ ତୃତୀୟ ପର୍ଯ୍ୟାୟ ଜନସମ୍ପର୍କ ଅଭିଯାନ ଇସ୍ପାତ ସହରାଞ୍ଚଳର ସେକ୍ଟର-୮ ମାର୍କେଟ, ସେକ୍ଟର-୭ କମ୍ୟୁନିଟି ସେଣ୍ଟର ଛକ ଓ ସେକ୍ଟର-୬ ଏଚ୍ ବ୍ଲକ୍ ମାର୍କେଟ୍ ଠାରେ ପଥପ୍ରାନ୍ତ ସଭାମାନ ହୋଇଯାଇଛି । ଏହି ସଭାକୁ ବ୍ଲକ୍ ସଭାପତି ଗିରିଜା ମିଶ୍ର ପରିଚାଳନା କରିଥିଲେ ।

ସଭାରେ ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଉପସଭାପତି ଘନଶ୍ୟାମ ସୁନା, ବାସୁଦେବ ବାନାର୍ଜୀ, ଭାସ୍କର ଖିଲାର, ଅରୁଣ ଜୟପୁରିଆ, ଏମ୍ଡି ସାହିଦ, ପ୍ରମୋଦ ଶର୍ମା ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ତଥା ରାଉରକେଲା ପ୍ରତି ଅବିଚାର କରାଯାଉଥିବା ସମ୍ପର୍କରେ ବିଭିନ୍ନ ଦାବି ଉପସ୍ଥାପନ କରି ବକ୍ତବ୍ୟ ଦେଇଥିଲେ ଏବଂ କଂଗ୍ରେସ ଦଳ ଓ ରାଜ୍ୟ ଓ ଦେଶର ପ୍ରଗତି ପାଇଁ ସର୍ବଦା ଚେଷ୍ଟିତ । ଏଣୁ ଦଳକୁ ମଜବୁତ କରିବାକୁ ଆହ୍ୱାନ ଦେଇଥବା ବେଳେ ପ୍ରକାଶ ଜେନା ଧନ୍ୟବାଦ ଦେଇଥିଲେ ।

ଏହି ଅଭିଯାନରେ ବ୍ଲକ୍ ସଭାପତି ଧୁଶା ନାୟକ, ରମେଶ ଗୁପ୍ତା, ସନ୍ତୋଷ ତନ୍ତୀ, ରବୀନ୍ଦ୍ର ଭଞ୍ଜ, ପ୍ରେମଲାଲ ନାଗ, ଶିବୁ ସାହୁ, ସବିର ରାଜା, ବବନ ରାୟ, ବନମାଳି ବଶୋୟୀ, ପ୍ରଦୀପ ବେହେରା, ହିତେଶ ଦେହୁରୀ, ଦିନେଶ ବେହେରା, ଆଶିଷ ଲାକ୍ରା, ଗୌତମ ଲେଙ୍କା ପ୍ରମୁଖ ସକ୍ରିୟ ସହଯୋଗ କରି ଅଭିଯାନକୁ ସଫଳ କରିଥିଲେ ।

By amfnews

Related Post