Sun. Sep 27th, 2026

ରାଉରକେଲା କଂଗ୍ରେସ କମିଟି ପକ୍ଷରୁ ମୋ’ ବୁଥ୍ ମୋ ଗୌରବ’ କାର୍ଯ୍ୟକ୍ରମ

236 Views

ରାଉରକେଲା, ୧୮ା୧୨ : କଂଗ୍ରେସ ଦଳର ମୋ’ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ ସେକ୍ଟର-୨୦ ଆଜାଦ ବସ୍ତି ଠାରେ ବ୍ଲକ୍ ସଭାପତି ଧୁଶା ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ରବି ରାୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଥ୍ ସ୍ତରରେ କଂଗ୍ରେସ ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସଭାପତି ବାସୁ ବାନାର୍ଜୀ ଓ ଘନଶ୍ୟାମ ସୁନା ଉପସ୍ଥିତ ଥିଲେ । ବସ୍ତିର ଲିତା ତିର୍କୀ, ଶୁକ୍ରୁମଣି ଦୀପ, ସନ୍ତୋଷିନୀ ମହାନନ୍ଦ, କାଲୋ ତିର୍କୀ, ମାସ୍ରା ପ୍ରଧାନ, ସୁକାନ୍ତି ପାତ୍ର, ଗାୟତ୍ରୀ ଲୋହାର, ବିଜୟ ରାଜନ, ସଞ୍ଜୟ କସ୍ତୁରୀ, ମହାବିର ଦୀପ, କ୍ରିଷ୍ଣା ମହାନନ୍ଦ, ସଞ୍ଜୟ ବଡାଇକ ପ୍ରମୁଖ ଯୋଗଦାନ କରି ବସ୍ତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲା କଂଗ୍ରେସ ସଭାପତିଙ୍କୁ ଅବଗତ କରାଇଥିବା ବେଳେ ନାରୀନେତ୍ରୀ ଗୀତା ସିଂହ ଧନ୍ୟବାଦ ଦେଇଥିଲେ ।

By amfnews

Related Post