Fri. Apr 24th, 2026

ଜିରୋ ନାଇଟ୍ ବାହାନାରେ ନିଶାସକ୍ତ ହୋଇ ଗାଡ଼ି ଚଲାଇଲେ, କଟିଲା ଫାଇନ୍‌

304 Views

ଭୁବନେଶ୍ୱର : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲେବ୍ରେସନ୍‌ ଆଳରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଲୋକମାନେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଥିଲା।

ତେବେ ଏମାନଙ୍କୁ ସାବାଡ୍‌ କରିବା ପାଇଁ କମିଶନରେଟ୍‌ ପୁଲିସ୍‌ ମଧ୍ୟ ଫୁଲ୍‌ ଦମ୍‌ରେ ପ୍ରସ୍ତୁତ ଥିଲା। ଭୁବନେଶ୍ୱରର ବିଭିନ୍ନ ଛକରେ ପୁଲିସ୍‌ ଚେକିଂ ଓ ବ୍ଲକିଂ ଜୋରଦାର ହୋଇଥିଲା। ଆଉ ଏହି ସମୟରେ ବହୁ ମଦ୍ୟପ ଗାଡ଼ି ଚାଳକ ପୁଲିସ୍‌ ହାତରେ ଧରାପଡ଼ି ମୋଟା ଅଙ୍କର ଫାଇନ୍‌ ଗଣିଥିଲେ। ଏପରିକି ଅନେକ ବିନା ହେଲ୍‌ମେଟ୍‌ରେ ଗତକାଲି ରାତିରେ ଗାଡ଼ି ଚଲାଉଥିବା ନଜର ଆସିଥିଲା।

ସେପଟେ ଏହି ଘଟଣାକୁ ନେଇ ଜଣେ ବ୍ୟକ୍ତି କହିଛନ୍ତି, ‘ହେଲ୍‌ମେଟ୍‌ ମୋ ହାତରେ ଅଛି, ଟିକେ କାନ କାଟିଲା ବୋଲି କାଢ଼ି ଦେଇଥିଲି। ଏହାପରେ ସାଙ୍ଗେସାଙ୍ଗେ ମୁଁ ହେଲ୍‌ମେଟ୍‌ ପିନ୍ଧିବା ପାଇଁ ଠିଆ ହୋଇଛି ମୋତେ ପୁଲିସ୍‌ ନେଇ ଆସିଲା।’

ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବକଙ୍କୁ ପୁଲିସ୍‌ ଧରିଥିଲା। ଏହି ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିବାରୁ ଠିକ୍‌ ସେ କଥା ମଧ୍ୟ ହୋଇପାରୁନଥିଲେ। ସେ ମଦ ପିଇ ଗାଡ଼ି ଚଲାଉଥିବା କଥା ସେ ମାନିବା ସହ କହିଥିଲେ, ‘ନୂଆବର୍ଷ ପାଇଁ ଟିକେ ନେଇ ଯାଇଥିଲି। କିନ୍ତୁ ମୁଁ କଣ୍ଟ୍ରୋଲ୍‌ରେ ଅଛି।

By amfnews

Related Post