Tue. Aug 4th, 2026

ମିଳିଲାନି ଜାମିନ, ୬ ଦିନିଆ ରିମାଣ୍ଡରେ ଗଲେ ବିଜୟ

322 Views

ଭୁବନେଶ୍ୱର : ୬ ଦିନିଆ ରିମାଣ୍ଡରେ ଗଲେ ଲାଞ୍ଚ ନେଇ ଗିରଫ ହୋଇଥିବା  ୨୦୦୯ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟ।  ଗତକାଲି ତାଙ୍କୁ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ନିମନ୍ତେ ତାଙ୍କୁ ୧୦ ଦିନର ରିମାଣ୍ଡ ପାଇଁ  ଆବେଦନ କରାଯାଇଥିଲା। ମାତ୍ର ଏଥିନିମନ୍ତେ ସ୍ୱତନ୍ତ୍ର ଜଜ୍‌  ୬ ଦିନ ପାଇଁ ଅନୁମତି ଦେଇଥିଲେ ।  ଫଳରେ ଗତକାଲିଠୁ ଆସନ୍ତା ୫ ତାରିଖ ଯାଏଁ ଭିଜିଲାନ୍ସ ରିମାଣ୍ଡରେ ରହିବେ ବିଜୟ ।

ବିଜୟଙ୍କ ନିମନ୍ତେ ଲାଞ୍ଚ ନେଇ ଗିରଫ ହୋଇଥିବା ଘରୋଇ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ଗତକାଲି ଗିରଫ ପରେ ଭିଜିଲାନ୍ସ  ସ୍ୱତନ୍ତ୍ର କୋର୍ଟରେ ହାଜର କରାଇଥିଲା। ସେଠାରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ମଧ୍ୟ ରିମାଣ୍ଡରେ ପଠାଯାଇଛି ।

ଅପରପକ୍ଷେ  ଲାଞ୍ଚ ନେବା ଘଟଣାକୁ ଅସ୍ୱିକାର କରି ଆସୁଛନ୍ତି ନିଲମ୍ବିତ ଆଇଏଏସ୍‌ ବିଜୟ।  କିଛି ଷ୍ଟାଫ୍ ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଇଦେଇଥିବା କହିଛନ୍ତି ବିଜୟ କେତନ । ଏମିତିକି ତାଙ୍କୁ ଫସାଇବା ପଛରେ କିଛି ବରିଷ୍ଠ ଅଧିକାରୀଙ୍କ ହାତ ଥିବା ଅଭିଯୋଗ କରିବା ସହ ସେ ଆଦୌ ଲାଞ୍ଚ ନେଇ ନଥିବା କହିଛନ୍ତି ।

By amfnews

Related Post