Mon. Sep 14th, 2026

୧୦ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଆରଆଇ

337 Views

ନୟାଗଡ଼  : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୟାଗଡ ଜିଲ୍ଲା ଗଣିଆ ଆଡକଟା ରାଜସ୍ୱ ନିରୀକ୍ଷକ ନମିତା ପ୍ରଧାନ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଧୁଆମଡ଼ା ଗାଁର ଗୋକୁଳ ସାହୁଙ୍କ ଜମିବାଡିର ଇନ୍‌କ୍ଵାରି ରିପୋର୍ଟ କରାଇ ଦେବାପାଇଁ ନମିତା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗୋକୁଳ ନୟାଗଡ ଭିଜିଲାନ୍ସ  ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଗତକାଲି ଆରଆଇ ୧୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଚଢଉ କରି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।

By amfnews

Related Post