Thu. May 14th, 2026

ଜାତୀୟ ଶିକ୍ଷକ ପୁରସ୍କାର ୨୦୧୯; ଓଡ଼ିଶାରୁ ପାଇବେ ପବିତ୍ରମୋହନ ଦାଶ

363 Views

ନୂଆଦିଲ୍ଲୀ: ବର୍ଷ ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରୁ ମନୋନୀତ ହୋଇଥିବା ୪୬ ଜଣ ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପବିତ୍ରମୋହନ ଦାଶ।

ଶ୍ରୀଯୁକ୍ତ ଦାଶ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମା ଅଞ୍ଚଳର ଖଟାଲୁଗୁଡ଼ା ପିୟୁପିଏସ୍‌ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।

୨୦୧୯ ସେପ୍ଟେମ୍ବର ୫ ତାରିଖ ଦିନ ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା ଭବ୍ୟ ଉତ୍ସବରେ ମନୋନୀତ ଶିକ୍ଷକମାନେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ।

ପୁରସ୍କାର ବାବଦରେ ମନୋନୀତ ଶିକ୍ଷକମାନଙ୍କୁ ଉତ୍କର୍ଷତାର ପ୍ରମାଣପତ୍ର, ନଗଦ ୫୦ ହଜାର ଟଙ୍କା ଏବଂ ରୌପ୍ୟଫଳକ ପ୍ରଦାନ କରାଯିବ।

By amfnews

Related Post