Sun. Apr 26th, 2026

ଜାତୀୟ ରାଜପଥ ଉପରେ ଜଳିଗଲା ଟ୍ରକ୍

309 Views

କବାଟବନ୍ଧ , ଜାନୁଆରୀ ୨୧ : ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ନିକଟରେ ଆଜି ଅପରାହ୍‌ଣ ୩ଟା ବେଳେ ଏକ ଦଶଚକିଆ ଟ୍ରକ୍ ଅଚାନକ ଜଳିଗଲା। ବିଦ୍ୟୁତ୍ ସଟ୍‌ସର୍କିଟ ଯୋଗୁଁ ଟ୍ରକଟି ଜଳିଯାଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ସେବା ବାହିନୀ କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ।

ସୂଚନା ମୁତାବକ ଜେନାପୁର ଥାନା ମୁକୁନ୍ଦପୁର ଗ୍ରାମର ସୌଭାଗ୍ୟ ସାମଲଙ୍କ ଏକ ଦଶ ଚକିଆ ଟ୍ରକ୍ (ଓଆର-୦୯ଜେ- ୫୨୦୮)କୁ ଟମକା ଅଞ୍ଚଳର ପ୍ରମୋଦ ମାଝି କିଣିଥିଲେ। ନୂଆ ମାଲିକ ଆଜି ଟ୍ରକ୍‌ଟିକୁ ନେଉଥିଲେ। କଳିଙ୍ଗନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ପୋଲ ଉପରେ ଟ୍ରକ୍‌ଟିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଗାଡ଼ି ଚାଳକ ଟମକା ଅଞ୍ଚଳର ସୁନିଲ କୁମାର ମହାନ୍ତ ଟ୍ରକ୍ ଛାଡି ଚାଲିଯାଇଥିଲେ। ରାସ୍ତାରେ ଟ୍ରକ୍‌ ଜଳୁଥିବା ଦେଖି କିଛି ଲୋକ ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ। ଚଢେଇଧରାରୁ ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଟି ଗାଡିରେ ଆସି ନିଆଁକୁ ଆୟତ କରିଥିଲେ । ତେବେ ସେତେବେଳକୁ ଟ୍ରକ୍‌ଟିର ୬୦ଭାଗ ପୋଡିଯାଇଥିବା ‌ଦେଖିବାକୁ ମିଳିଛି। ଟ୍ରକ୍‌ ଜଳିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା। କଳିଙ୍ଗନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲେ।

By amfnews

Related Post