Fri. Jul 3rd, 2026

ଜଷ୍ଟିସ୍‌ ଅକ୍ଷୟ କୁମାର ରଥଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

177 Views

କଟକ : ହାଇକୋର୍ଟ ବିଚାରପତି ଡକ୍ଟର ଜ‌ଷ୍ଟିସ ଅକ୍ଷୟ କୁମାର ରଥଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ୧୯୫୭ ନଭେମ୍ବର ୧୩ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ରଥ ୨୦୧୯ ନଭେମ୍ବର ୧୨ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ନଭେମ୍ବର ୧୧ ଓ ୧୨ ତାରିଖ ହାଇକୋର୍ଟ ଛୁଟି ରହୁଥିବାରୁ ଆଜି ଶେଷ କାର୍ଯ୍ୟ ଦିବସରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଜଗତସିଂହପୁର ଜିଲ୍ଲାର ଜାହାନପୁରଠାରେ ୧୯୫୭ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ରଥ ଜାହାନପୁରସ୍ଥିତ ସୋମନାଥ ବିଦ୍ୟାପୀଠରୁ ୧୯୭୪ରେ ମାଟ୍ରିକ୍ ପାସ୍ କରିବା ପରେ କଟକ ଷ୍ଟିୱାର୍ଟ ସାଇନ୍ସ କଲେଜରୁ ଆଇଏସ୍‌ସି ପାସ୍ କରିଥିଲେ। ୧୯୭୯ରେ ରେଭେନ୍ସା କଲେଜରୁ ବି.କମ୍. ଡିଗ୍ରି ହାସଲ କରିବା ପରେ ସେ ମଧୁସୂଦନ ଆଇନ କଲେଜରୁ ୧୯୮୨ରେ ଏଲ୍‌ଏଲ୍‌ବି ଓ ୧୯୮୫ରେ ଏଲ୍‌ଏଲ୍‌ଏମ୍‌ ପାସ୍ କରିଥିଲେ। ୧୯୮୩ ଫେବ୍ରୁଆରି ୧୨ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ୨୦୦୫ରେ ତାଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟରୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୩ ଜୁନ୍ ୨୦ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ବିଚାରପତି ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ସେ ଶୁଣାଣି କରି ରାୟ ପ୍ରକାଶ କରିଥିଲେ।

By amfnews

Related Post