Sun. Oct 4th, 2026

ଧାମନଗରରେ ବିଶାଳକାୟ ବରଗଛ ଉପୁଡ଼ିବା ଫଳରେ ଯାତୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ

252 Views

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଗଡ଼ିଆଳି ପଞ୍ଚାୟତର କାକୁଡ଼ିଗଡ଼ିଆ ଗ୍ରାମ ୨ ନମ୍ୱର ୱାର୍ଡରେ ଏକ ବିଶାଳକାୟ ବରଗଛ ବୁଲବୁଲ ବାତ୍ୟାରେ ଉପୁଡିଯାଇ ରାସ୍ତାରେ ପଡିଥିବା ଜଣାଯାଇଛି। ଏହାଫଳରେ ଯାତୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ବ୍ଲକ ପ୍ରଶାସନ ତୁରନ୍ତ ଏଥିଲାଗି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି। ଧାମନଗର ବ୍ଲକରେ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ଗତି କରୁଥିବା ଯୋଗୁଁ ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଭଦ୍ରକର ଧାମରାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ।ତା’ସାଙ୍ଗକୁ ଜିଲ୍ଲାରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ଯାଏଁ ପବନ ବହୁଛି। ଗତକାଲି ରାତିରୁ ଭଦ୍ରକ ଜିଲ୍ଲାରେ ଏଭଳି ଅବସ୍ଥା ଲାଗି ରହିଛି।

By amfnews

Related Post