Fri. Apr 24th, 2026

ଜନ୍ମଦିନରେ ଯୁବିଙ୍କ ଶୁଭ ମନାସିଲେ ସଚିନ ଓ ବିରାଟ

196 Views

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟସମ୍ୟାନ୍ ଯୁବରାଜ ସିଂହଙ୍କୁ ଗୁରୁବାର ୩୮ ବର୍ଷ ପୂରଣ ହୋଇଛି। ଯୁବିଙ୍କ ଜନ୍ମଦିନ ଅବସରରେ ସାମଜିକ ଗଣମାଧ୍ୟମରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ଭାରତର କ୍ରିକେଟ୍ ଖେଳାଳିମାନେ ମଧ୍ୟ ସାମିଲ ଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ବିଟର୍‌ରେ ଜନ୍ମଦିନର ଶୁଭେଚ୍ଛା ପାଜି, ଭଗବାନ ତୁମର ମଙ୍ଗଳ କରନ୍ତୁ ବୋଲି ଟ୍ବିଟ୍ କରିଥିଲେ। ସେହିପରି ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ଜଣେ ସୁପରଷ୍ଟାର୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଭଗବାନ ତୁମକୁ ଜୀବନରେ ଖୁସି ଓ ସୁସ୍ଥ ରଖନ୍ତୁ ବୋଲି ଟ୍ବିଟ୍ କରିଥିଲେ।

ଏହା ସହିତ ଆଇସିସି, ବିସିସିଆଇ, ସୁରେଶ ରୈନା, ହରଭଜନ ସିଂହ, ଭିଭିଏସ୍ ଲକ୍ଷ୍ମଣ, ଶିଖର ଧାଵନ୍, ଆର୍‌ପି ସିଂହ ପ୍ରମୁଖ ଯୁବିଙ୍କୁ ଶୁଭେଚ୍ଛା ଜଣାଇ ମଙ୍ଗଳ କାମନା କରିଥିଲେ। ସୂଚନଯୋଗ୍ୟ, ଯୁବରାଜ ଭାରତ ପାଇଁ ୩୦୮ ଦିନିକିଆ, ୫୮ ଟ୍ବେଣ୍ଟି-୨୦ ଓ ୪୦ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ଭାରତକୁ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨୦୧୧ ବିଶ୍ବକପ୍ ଜିତାଇବାରେ ଯୁବରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତର ଏକମାତ୍ର ଖେଳାଳି ଭାବେ ଯୁବରାଜଙ୍କ ନାମରେ ଗୋଟିଏ ଓଭରରେ ୬ ଛକା ମାରିବାର କୀର୍ତ୍ତିମାନ ରହିଛିା

By amfnews

Related Post