Fri. Sep 4th, 2026
279 Views

ମୁମ୍ବାଇ  :  ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ଡ୍ବେନ୍ ବ୍ରାଭୋ ଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ପ୍ରପୋଜ୍ କରି ଚର୍ଚ୍ଚାକୁ ଆସିଛନ୍ତି। ବ୍ରାଭୋ ଏବେ ତାଙ୍କ ନୂଆ ଗୀତ ‘ଦ ଚାମିୟା ସଙ୍ଗ୍’ ଉନ୍ମୋଚନ କରିବା ପାଇଁ ଭାରତରେ ଅଛନ୍ତି। ଏହି ଗୀତରେ ତାଙ୍କ ସହ ଡ୍ୟାନ୍ସର୍‌ ଶକ୍ତି ମୋହନ ମଧ୍ୟ ନଜରରେ ଆସିବେ। ଏହି ଗୀତ ବ୍ୟତୀତ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିବା ଆଉ ଏକ ଭିଡିଓ ପାଇଁ ସେ ବେଶି ଚର୍ଚ୍ଚା ସାଉଁଟିଛନ୍ତି। ଏଥିରେ ସେ ବଲିଉଡ୍ ଅଭିନେତ୍ରୀ ରାଧିକା ବାଙ୍ଗିଆଙ୍କ ସହ କଥା ହୋଇ ହିନ୍ଦୀରେ ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛନ୍ତି। ବ୍ରାଭୋ ଏହି ଭିଡିଓର ଶିରୋନାମା ‘ହ୍ବେନ୍ ଏ କ୍ରିକେଟର୍ ପ୍ରପୋଜ୍ ୟୁ’ ଦେଇଛନ୍ତି। ଏହି ଭିଡିଓରେ ବ୍ରାଭୋ ପ୍ରଥମେ ରାଧିକାଙ୍କୁ ପଚାରୁଛନ୍ତି କି, କଣ ତୁମେ ମୋତେ ବାହା ହେବ। ରାଧିକା ଏକଥା ଶୁଣି ଚମକି ଉଠିବା ସହ କହିଛନ୍ତି, ସବୁ ଠିକ୍ ଯେ, ଆମେ ବାହା କେଉଁଠି ହେବା। ଷ୍ଟାଡିୟମ୍‌ରେ ବାହା ହେବା, ଚିୟର ଲିଡରମାନେ ଡ୍ୟାନ୍ସ କରିବେ ଏବଂ ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବ ଭଳି ଆମ ବିବାହ ଉତ୍ସବ ବି ବଡ଼ ଆକାରରେ ହେବ। ରାଧିକା ବାଙ୍ଗିଆ ବଲିଉଡ୍‌ରେ କୈସି ହେ ୟାରିୟା (୨୦୧୪), ଇରାଦା (୨୦୧୭) ଓ ଵିକେଣ୍ଡ୍ସ (୨୦୧୮) ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

By amfnews

Related Post