Fri. May 22nd, 2026

ଛିନ୍‌ତାଇ ମାମଲା‌ରେ ଜେଲ୍‌ ଗଲେ ଦୁଇ ଯୁବକ

135 Views

ବାଲିଅନ୍ତା  : ବାଳକାଟି ଫାଣ୍ଡି ପୁଲିସ ଛିନତାଇ ମାମଲାରେ ଆଜି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ବାଲିଅନ୍ତା ଥାନା ଅଞ୍ଚଳର ଦୀପକ ପାତ୍ର (୨୫) ଓ ସୁଶାନ୍ତ ବେହେରା(୨୪)। ପୁଲିସ ସେମାନଙ୍କ ନିକଟରୁ ୫୦୦ ଟଙ୍କା ଜବତ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ପୁଲିସ ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୨ଟାରେ ସହିଦନଗର ଥାନା ଅଧୀନ ବାଙ୍କୁଆଳରେ ରହୁଥିବା ରଞ୍ଜନ କୁମାର ବଳ ବାଳକାଟି ଫାଣ୍ଡି ଅଧୀନ ଗଡ଼ଶ୍ରୀରାମପୁର ଗ୍ରାମରେ ରହୁଥିବା ତାଙ୍କ ଭିଣୋଇ ଦିଲ୍ଲୀପ ପାତ୍ରଙ୍କ ଘରୁକୁ ଯାଉଥିଲେ। ଦୀପକ ଓ ସୁଶାନ୍ତ ତାଙ୍କୁ ପିଛା କରି ପୁରୀ କେନାଲ ବନ୍ଧ ବ୍ରିଜ ନିକଟରେ ରଞ୍ଜନଙ୍କୁ ଅଟକାଇ ମାଡ଼ ମାରିବା ସହ ତାଙ୍କ ନିକଟରୁ ୫୦୦ ଟଙ୍କା ଛଡ଼ାଇ ନେଇଥିଲେ। ସ୍ଥାନୀୟ ଲୋକମାନେ ପିଛା କରି ଗଡ଼ କଣ୍ଟୁଣିଆ ବ୍ରିଜ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।

By amfnews

Related Post