Sat. Sep 12th, 2026

ଲିଫ୍ଟ ମାଗି ବାଇକ୍ ଚୋରି କରିନେଲା ଦୁର୍ବୃତ୍ତ

160 Views

ଚନ୍ଦ୍ରଶେଖରପୁର : ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନା ଅଧୀନ ପ୍ରଶାନ୍ତିବିହାର ଅଞ୍ଚଳରେ ଜଣେ ଯୁବକଙ୍କ ବାଇକ୍‌ ଚୋରି ହୋଇଛି। ସୌମ୍ୟରଞ୍ଜନ ଦାସ ନାମକ ଯୁବକ ଜଣକ କିଟ୍ ଛକରୁ ପ୍ରଶାନ୍ତି ବିହାର ଯାଉଥିବା ବେଳେ ଶିଖରଚଣ୍ଡୀ ବସ୍ତି ଛକରେ ଜଣେ ଯୁବକକୁ ନିଜ ବାଇକ୍‌ (ଓଡି୩୩ଡବ୍ଲ୍ୟୁ-୯୧୪୩)ରେ ଲିଫ୍ଟ ଦେଇଥିଲେ। ସୌମ୍ୟରଞ୍ଜନ କିଛି ବାଟ ଯିବା ପରେ ରାସ୍ତା କଡ଼ରେ ଠିଆ ହୋଇ ମୋବାଇଲ୍‌ରେ କଥା ହେଉଥିବା ବେଳେ ତାଙ୍କ ସହ ଯାଇଥିବା ଯୁବକ ତାଙ୍କୁ ଏକ ଶକ୍ତ ଧକ୍କାଦେଇ ବାଇକ୍ ନେଇ ଘଟଣାସ୍ଥଳରୁ ଚାଲି ଯାଇଥିଲା। ଏନେଇ ସ୍ଥାନୀୟ ଥାନାକୁ ସୂଚନା ଦିଆଯିବା ପରେ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍‌କୁ ଖୋଜ‌ାଖୋଜି କରି ନିରାଶ ହୋଇଥିଲା।

By amfnews

Related Post