Tue. Aug 18th, 2026

ମୋବାଇଲ ଝାମ୍ପି ପଳାଉଥିବା ବେଳେ ଦୁର୍ଘଟଣା

166 Views

ଭୁବନେଶ୍ୱର: ମୋବାଇଲ ଝାମ୍ପି ନେଇ ପଳାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଲୁଟେରା। ତେବେ ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସେ ଝାମ୍ପି ନେଇଥିବା ମୋବାଇଲ ଓ ନିଜ ଗାଡ଼ି ଛାଡ଼ି ଦଉଡି ପଳାଇଛି। ଏହି ଘଟଣା ଆଜି ରାତି ପ୍ରାୟ ୧୧ଟା ବେଳେ କଳ୍ପନା ଛକରେ ଘଟିଛି। ଲୁଟେରାର ଗାଡ଼ିକୁ ବଡଗଡ଼ ଥାନା ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣା ଥିଲା ଏହିପରି; ପୁରୀ ଯିବା ପାଇଁ କଳ୍ପନା ଛକରେ ପୁରୀର ରାକେଶ ପୂଜାପଣ୍ଡା ଅପେକ୍ଷା କରିଥିଲେ। ଲୁଟେରାଜଣଙ୍କ ଏକ ପଲସର ବାଇକ(ଓଡ଼ି ୩୩ଏ୮୩୧୩)ରେ ଆସି ତାଙ୍କଠାରୁ ମୋବାଇଲ ଝାମ୍ପି ନେଇ ପଳାଉଥିଲା। ରାକେଶ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ତାକୁ ଗୋଡ଼ାଇଥିଲେ। ଏଥିରେ ହଡ଼ବଡ଼େଇ ଯାଇ ଲୁଟେରାଜଣଙ୍କ ଏକ ଅଟୋକୁ ପଛପଟୁ ପିଟି ଦେଇଥିଲା।

By amfnews

Related Post