Tue. Aug 18th, 2026

ଛାତ୍ରୀଙ୍କୁ ବ୍ଲାକମେଲ କରି ଯୁବକ ଗିରଫ

178 Views

ଚନ୍ଦ୍ରଶେଖରପୁର  : ଜଣେ ଛାତ୍ରୀଙ୍କ ଗାଧୁଆ ବେଳର ଭିଡିଓ ସୁଟିଂ କରି ବ୍ଲାକମେଲ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସମ୍ପୃକ୍ତ ଯୁବକର ମୋବାଇଲ ଜବତ କରିଛି। ଯୁବକ ଜଣକ ହେଲା ନୟାଗଡ଼ ଭାଲିଆଳି ଗ୍ରାମର ଅଶୋକ ଦାସ ଓରଫ ଦୀପୁ(୨୭)। ପୁଲିସ ସୂଚନା ମୁତାବକ, ମଞ୍ଚେଶ୍ବର ଥାନା ଅଧୀନ ଏକ ବସ୍ତିରେ ରହୁଥିବା ଅଶୋକ ସେହି ବସ୍ତିର ଜଣେ କଲେଜ ଛାତ୍ରୀଙ୍କ ଗାଧୁଆ ବେଳର ଦୃଶ୍ୟ ମୋବାଇଲରେ ସୁଟିଂ କରିଥିଲା। ପରେ ସମ୍ପୃକ୍ତା ଛାତ୍ରୀଙ୍କୁ ଉକ୍ତ ଭିଡିଓ ଦେଖାଇ ବ୍ଲାକମେଲ କରି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ଆଜି ରାତିରେ ସେ ଯୁବତୀଜଣକୁ ଏକ ନିଛାଟିଆ ସ୍ଥାନକୁ ଡାକି ତାଙ୍କ ସହ ଜବରଦସ୍ତି ଉଦ୍ୟମ କରୁଥିଲା। ଯୁବତୀ ଜଣକ ସେଠାରୁ କୌଶଳକ୍ରମେ ଖସି ଆସି ପରିବାର ଲୋକଙ୍କୁ ଜଣାଇବାରୁ ବସ୍ତି ଲୋକେ ଯୁବକକୁ କାବୁ କରି ପୁଲିସକୁ ଖବର ଦେଇଥିଲେ।

By amfnews

Related Post