Tue. Sep 29th, 2026

ଛତିଶଗଡ଼ ବିଧାନସଭା ନିର୍ବାଚନ ରଣଭୂମିକୁ ଓହ୍ଲାଇବେନି ମହାମେଣ୍ଟର ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

309 Views

ରାୟପୁର,ଅକ୍ଟୋବର, ୨୨ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ପୁଣି ଥରେ ନିଜର ପରଂପରାଗତ ରାଜନାନ୍ଦଗାଓ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ, ଏଥର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା କଂଗ୍ରେସ ଛତିଶଗଡ଼ (ଜେସିସି)ର ନେତା ଅଜିତ ଯୋଗୀ ଏହି ଆସନରେ ମୁକାବିଲା କରିବେ। ରମଣ ସିଂହଙ୍କ ଘୋଷଣା କରିବା ପରେ ଅଜିତ ଯୋଗୀ କହିଛନ୍ତି, ଏଥର ସେ ନିର୍ବାଚନକୁ ଓହ୍ଲାଇବେ ନାହିଁ। ଅନ୍ୟପକ୍ଷରେ ଯୋଗୀଙ୍କ ନିର୍ବାଚନରେ ନଓହ୍ଲାଇବାକୁ ନେଇ ରାଜନୈତିକ ମହଲରେ ଅନେକ ଆଲୋଚନା ହେଉଛି। ଯୋଗୀଙ୍କ ପୁଅବୋହୂ ରିଚା ଆଲକାତରା ଆସନରୁ ନିର୍ବାଚନକୁ ଓହ୍ଲାଉଛନ୍ତି।

ଜେସିସି ମହାସଚିବ ଅବଦୁଲ ହମୀଦ ହୟାତ ଏ ସଂପର୍କରେ କହିଛନ୍ତି, ତାଙ୍କ ପାର୍ଟି ସହିତ ମେଣ୍ଟ ସହଯୋଗୀ ବହୁଜନ ସମାଜ ପାର୍ଟି ଓ ଭାରତୀୟ କଂଗ୍ରେସ ପାର୍ଟି ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମହାମେଣ୍ଟ ପ୍ରମୁଖ ପଦାଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଏହା କରିଛନ୍ତି ଯେ, ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଯୋଗୀ ରାଜ୍ୟର କୌଣସି ବିଧାନସଭା ଆସନରୁ ଲଢ଼ିବେ ନାହିଁ।

By amfnews

Related Post