Tue. Sep 8th, 2026

ସ୍ୱାସ୍ଥ୍ୟ ଲାଗି ଲାଭକାରୀ ଭିଜା ବୁଟର ସେବନ

276 Views

ସାଧାରଣତଃ ବୁଟ ବାଦାମ ଭଳି ମହଙ୍ଗା ଡ୍ରାଇଫ୍ରୁଟ୍‌ସ ଠାରୁ ଅତ୍ୟନ୍ତ ଲାଭଦାୟକ ଅଟେ। କାରଣ ଏଥିରେ ପ୍ରୋଟିନ୍‌, ଫାଇବର, ମିନେରାଲ୍‌, ଭିଟାମିନ୍‌ ଏବଂ ଆଇରନ୍‌ ଇତ୍ୟାଦି ଭରପୁର ମାତ୍ରାରେ ରହିଥାଏ, ଯାହାକି ରୋଗପ୍ରତିରୋଧକ କ୍ଷମତାରେ ପରିପୂର୍ଣ୍ଣ ଅଟେ। ତେଣୁ ଆପଣ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଭିଜା ଯାଇଥିବା ବୁଟର ସେବନ ନିହାତି ଭାବେ କରନ୍ତୁ। ଫଳରେ ଏହା ଆପଣଙ୍କ ଶରୀରରେ ହେଉଥିବା ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିଥାଏ।
ଆସନ୍ତୁ ଜାଣିବା ଭିଜା ବୁଟ ଖାଇବାର ସଠିକ୍‌ ଉପାୟ ବିଷୟରେ…..
ପ୍ରଥମତଃ ଆପଣଏକ ପାତ୍ରରେ ପାଣି ନେଇ ସେଥିରେ କିଛି ମାତ୍ରରେ ଚିନି ମିଶାଇ ଦିଅନ୍ତୁ ।ଏହାପରେ ଆପଣ ସେଥିରେ ବୁଟକୁ ଭିଜାଇ ଦିଅନ୍ତୁ। ତେବେ ହଁ ଆପଣଙ୍କୁ ଏହାକୁ ଏପରି ଭାବେ ରାତିସାରା ରଖିବାକୁ ହେବ ଓ ସକାଳ ହେବା ମାତ୍ରକେ ଭିଜାଯାଇଥିବା ବୁଟକୁ ଖାଲିପେଟରେ ଚୋବାଇ ଚୋବାଇକରି ଖାଆନ୍ତୁ।
ଏବେ ଆସନ୍ତୁ ଜାଣିବା ଏହା ଖାଇବା ଦ୍ୱାରା ବ୍ୟକ୍ତି ଶରୀରରେ କି କି ଫାଇଦା ମିଳିଥାଏ?….
୧-କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ: ଭିଜା ବୁଟରେ ଫାଇବରର ମାତ୍ରା ଅଧିକ ରହିଥିବା କାରଣରୁ ଏହା ବ୍ୟକ୍ତି ଶରୀରରେ ତାହାର ପାଚନ କ୍ରିୟାରେ ସାହାଯ୍ୟ କରିବା ସହିତ ପେଟକୁ ମଧ୍ୟ ସଫା କରିବାରେ ସାହାଯ୍ୟ କରିଥାଏ।
୨-ଶରୀରକୁ ଦେଇଥାଏ ଭରପୁର ମାତ୍ରାରେ ଶକ୍ତି:-ଭିଜା ଯାଇଥିବା ବୁଟକୁ ପ୍ରତ୍ୟେକ ଦିନ ସେବନ ଯୋଗୁଁ ବ୍ୟକ୍ତି ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ।
୩-ପ୍ରଜନନରେ ରେ ଆଣିଥାଏ ସୁଧାର:- ସକାଳୁ ସକାଳୁ ଭିଜା ଯାଇଥିବା ବୁଟରେ ମହୁକୁ ମିଶାଇ ଖାଇବା ଦ୍ୱାରା ବି ବ୍ୟକ୍ତି ଶରୀରର ପ୍ରଜନନ କ୍ଷେତ୍ରରେ ଅନେକ ସୁଧାର ଆସିଥାଏ।
୪-ପରିସ୍ରା ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ:-ତେବେ ଯଦି ଆପଣ ବାରମ୍ବାର ପରିସ୍ରା ଜନିତ ସମସ୍ୟା ଲାଗି ଚିନ୍ତିତ ଥାଆନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ତେବେ ଆପଣ ଭିଜା ଯାଇଥିବା ବୁଟ ସହିତ ଗୁଡକୁ ମିଶାଇ ନିହାତି ଖାଆନ୍ତୁ।


୫-ପୁରୁଷଙ୍କର ଶାରୀରିକ ସଂପର୍କ କ୍ଷମତାକୁ ବୃଦ୍ଧି କରାଏ:-ଭିଜା ଯାଇଥିବା ମିଠା ବୁଟ ସହିତ ଏକ ଚାମଚ ମହୁର ସେବନ ଦ୍ୱାରା ପୁରୁଷଙ୍କଠାରେ ସେକ୍ସ କ୍ଷମତାରେ ବୃଦ୍ଧି ଆସିଥାଏ।

By amfnews

Related Post