Sat. Sep 5th, 2026
311 Views

ରାଉରକେଲା : ଚୋରି କରିବାକୁ ଆସି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଘଟିଛି।

ଗତ ରବିବାର ରାତିରେ ୭ ଜଣ ଯୁବକ ଚୋରି କରିବା ପାଇଁ ଗୋଟିଧାରାରେ ଥିବା ଏକ କ୍ରସରରେ ପଶିଥିଲେ। ଚୋରମାନେ ଉକ୍ତ କ୍ରସରରୁ ଚୋରି କରିବା ପରେ ସେଠାରେ ଥିବା ଏକ ଘରେ ପଶିଥିଲେ। ଉକ୍ତ ଘରର ତଳ ମହଲାରେ କେୟାରଟେକର୍‌ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଚୋରମାନେ କେୟାରଟେକର୍‌ଙ୍କୁ ଭୟଭୀତ କରି ଉପର ମହଲାରେ ଥିବା ତାଙ୍କ ପତ୍ନୀଙ୍କୁ  ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାପରେ ଚୋରମାନେ ଉକ୍ତ କ୍ରସରରୁ ଲକ୍ଷାଧତ୍କ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ଛାନିଭିନ ଆରମ୍ଭ କରିଥିଲେ ମଧ୍ୟ ଏହି ଘଟଣାରେ କାହାକୁ ଗିରଫ କରିନାହିଁ।

By amfnews

Related Post