Sun. Oct 18th, 2026
273 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଲିଆ ଛତ୍ରପୁର ଗାଁର ମଝି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଗୋଟିଏ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ବୃନ୍ଦାବନ ନାୟକ, ତାଙ୍କ ସ୍ତ୍ରୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ।

ସୂଚନା ଅନୁଯାୟୀ, ଉର୍ମିଳା ଓ ସୁନୀତାଙ୍କ ମୃତଦେହ ଘର ବାହାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବୃନ୍ଦାବନଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଣୁ ବୃନ୍ଦାବନ ପ୍ରଥମେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ଆଜି ସକାଳେ  ସ୍ଥାନୀୟ ଲୋକେ ମା’ ଓ ଝିଅଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବକୁ ଦେଇଥିଲେ। ନିଜେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଖୋଳତାଡ଼ ଆରମ୍ଭ କରିଛନ୍ତି। ମୃତ ବୃନ୍ଦାବନ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡ଼ିଛି।

By amfnews

Related Post