Sat. Sep 5th, 2026

ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

293 Views

ଭୁବନେଶ୍ୱର  : ରାଜ୍ୟରେ ଥିବା ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଣିକି ପ୍ରାଇଭେଟ୍ କ୍ଲିନିକଗୁଡିକ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଏହାଦ୍ୱାରା ପ୍ରାୟ ୧୮ ଶହ ପ୍ରାଇଭେଟ୍ କ୍ଳିନିକ୍ ଉପକୃତ ହେବେ।

ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୯୦ ମସିହାରେ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮୦୦ଟି ପ୍ରାଇଭେଟ୍ କ୍ଲିନିକ୍ ପଞ୍ଜିକୃତ ହୋଇଛି। ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ପ୍ରାଇଭେଟ୍ କ୍ଲିନିକଗୁଡିକ  ପଞ୍ଜୀକରଣ  ସହ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ ।

୩୦ ଶଯ୍ୟାରୁ କମ୍‌, ଆଇସିୟୁ ନଥିବା, ୩ ମହଲାରୁ କମ୍‌ ଏବଂ ୧୨ ମିଟର ଉଚ୍ଚତା ମଧ୍ୟରେ ଥିବା ଘରୋଇ କ୍ଲିନିକ୍ ସତ୍ୟପାଠ ଦେଇ ପଞ୍ଜୀକରଣ କରିପାରିବେ । ୯୦ ଦିନ ଭିତରେ ପଞ୍ଜୀକରଣ କାର୍ଯ୍ୟ ଶେଷ ହେବ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

By amfnews

Related Post