Fri. Aug 14th, 2026

ଡାକ୍ତରଖାନା ଭିତରେ ପଶିଲା ଡ୍ରେନ ଓ ବର୍ଷା ପାଣି

267 Views

ପାଲଲହଡ଼ା : ଗତକାଲି ବିଳମ୍ୱିତ ରାତିରେ ପ୍ରବଳ ବର୍ଷା ଯୋଗୁ ଅନୁଗୋଳ ଜିଲ୍ଲା ପାଲଲହଡ଼ାର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭିତରେ ଡ୍ରେନ ଓ ବର୍ଷା ପାଣି ପଶିଛି। ଡାକ୍ତରଖାନାର ଆଉଟଡୋର, ୱାର୍ଡ ଓ ଡ୍ୟୁଟି ରୁମ୍‌ରେ ପାଣି ଲହଡ଼ି ମାରୁଛି। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ୱାର୍ଡ ଭିତରେ ପାଣି ପଶି ଯାଇଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସରଜରୀ ୱାର୍ଡକୁ ସ୍ଥାନାନ୍ତରିତ କରଯାଇଛି। ଡାକ୍ତରଖାନା ପାର୍ଶ୍ଵଦେଇ ଯାଇଥିବା ଡ୍ରେନ ସଫା ହେଉ ନଥିବାରୁ ପ୍ରତ୍ୟେକ ବର୍ଷ ଅସରାଏ ବର୍ଷା ହେଲେ ସହରର ଡ୍ରେନ ପାଣି ଡାକ୍ତରଖାନା ଭିତରକୁ ପଶୁଛି। 

ଏହି ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କ ନଜରକୁ ଅଣାଯିବ। ପିଡବ୍ଲ୍ୟୁଡିକୁ ଜଣେଇ ସମସ୍ୟାର ସମାଧାନ କରାଯିବ ବୋଲି ଅନୁଗୋଳ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି।

By amfnews

Related Post